ବିରି ବରା - ବିକାଶ କୁମାର ହୋତା ଙ୍କ ରଚିତ କବିତା।
ବିରି ବରା
ବରା ଦିବସରେ ଘରଣୀ ମୋହର
ତିଆରି କରିଲେ ବରା
ସୁଆଦ କଥା ତା ନ କହିବା ଭଲ
ଲାଗିଲା ଭାରି ନିଆରା ||
ଚାଉଳ ସହିତ ବିରି ବତୁରାଇ
ଶିଳରେ ତାହାକୁ ବାଟି
ଅଦା,ଭୁରୁସୁଙ୍ଗା, ଦେଇ ବରା କଲେ
ଖୁସିରେ ପଡ଼ିଲି ଫାଟି ||
ତା ସହିତ କଲେ ବାଦାମ ଚଟଣି
ଆଳୁ ମଟରର ଝୋଳ
ଖାଇବା ପାଇଁକି ଉଚ୍ଛନ ହୋଇଲି
ପାଟିରୁ ବୋହିଲା ଲାଳ ||
ଏପ୍ରିଲ ମାସର ସପ୍ତମ ଦିବସ
ଆସିଛି ଆଜିର ଦିନେ
ଘରଣୀ ଆଉ ମୁଁ ବରା ଦିବସ କୁ
ପାଳି ଦେଲୁ ଖୁସି ମନେ ||
ଢେଙ୍କାନାଳିଆ ମୁଁ ଆମର ଅସ୍ମିତା
ଅଟେ ଏଇ ବିରି ବରା
ସାରା ଓଡ଼ିଶାରେ ଆମ ବିରି ବରା
ହୋଇଛି ପ୍ରସିଦ୍ଧ ପରା ||
ଥରେ ଯେ ଖାଇବ ତା ସ୍ବାଦ ପାଇବ
ଯିବନି ଜମାରୁ ଭୁଲି
ନିମନ୍ତ୍ରଣ କରେ ବରା ଦିବସରେ
ଢେଙ୍କାନାଳ ଆସ ବୁଲି ||
ଜିଆଇ ମାନ୍ୟତା ମିଳିବ କେମିତି
ସରକାର ଦିଅ ଧ୍ୟାନ
ମିଳିଗଲେ ତାହା ଖୁସି ହେବ ସବୁ
ଢେଙ୍କାନାଳିଆ ଙ୍କ ମନ ||
ବିକାଶ କୁମାର ହୋତା, ଦକ୍ଷିଣକାଳୀ ରୋଡ଼ ବିଦ୍ୟାନଗର, ଢେଙ୍କାନାଳ, ମୋବାଇଲ: ୭୦୦୮୯୨୮୭୯୮, ୮୬୫୮୨୯୨୦୫୧