logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗଢା ହେବାପାଇଁ ତୋ ସଂସାର ରଚନା - ରମାପଦ ରଣା

ଗଢା ହେବା ପାଇଁ ତୋ ସଂସାର
*** *** *** *** *****
ରମାପଦ ରଣା ( ପ୍ରଧାନ ଆଚାର୍ଯ୍ୟ )

ସିନ୍ଦୂର ପିନ୍ଧିଲେ ଦିଶୁଛୁ ସୁନ୍ଦର,
ଦେଲେ ତୁ ଓଢ଼ଣୀ ମଥାର ।
ଗୁରୁ ଗୁରୁଜନ କଲ୍ୟାଣ ଲଭିବୁ
ପାଇବୁ ସବୁଠି ଆଦର ।।
ବଚନ ତୋହର ଲାଗୁଚି ମଧୁର
କଳହ କରନା ଆନରେ ।
ଜୀବନଟା ତୋର ସୁଖରେ କଟିବ
ଜୀବନ ବିତିବ ସୁଖରେ।।
ଶାଗର ତିଅଣ ରାନ୍ଧୁଚୁ ସୁନ୍ଦର
ଖୁସିରେ ପୁରୁଚି ଉଦର ।
ଚାଲି ଚଳଣିକୁ ସଜାଡି ପାରିଲେ
ବୈକୁଣ୍ଠ ହୋଇବ ସଂସାର ।।
ଦୁଃଖ କଷ୍ଟ ସହି କାମ ତୁ କରୁଚୁ
ଓଠରେ ହସର ଜୁଆର ।
ବିପଦ ଆସିଲେ ଧର୍ଯ୍ୟ ଧରିନେଉ
ଖୁସିରେ ଚଳାଉ ସଂସାର ।।
ବାକି ସମୟରେ ଟିଭି ସିରିଏଲ୍
ଦେଖିଲେ ଭାଙ୍ଗିବ ସଂସାର ।
ପୁରାଣ ଶାସ୍ତ୍ରକୁ ଅଧ୍ୟୟନ କଲେ
ଭକ୍ତି ଜ୍ଞାନ ବଢେ ମଥାର ।।
ଶାଶୁ ଶଶୁରଙ୍କୁ ସେବା କରିଥିଲେ
ଶାନ୍ତି ବିରାଜିବ ମନର ।
ଦିଅର ନଣନ୍ଦ ଆଦର କରିଲେ
ହସି ଉଠିବ ତୋ ସଂସାର ।।
ଶାଶୁ ଶଶୁରକୁ ରଖୁଛୁ ଦୂରରେ
ଭବିଷ୍ୟତ ପାଇଁ ପିଲାର ।
ତାଙ୍କରି ଆଶିଷ ଉପଦେଶ ଲୋଡା
ଗଢା ହେବାପାଇଁ ସଂସାର ।।
ସଭାପତି
ଜନ କଲ୍ୟାଣ ସମିତି
ଗ୍ରା/ପୋ - ଆମ୍ବିଳିଗାଁ
କୋଠାର, ଭଦ୍ରକ
ମୋ. ନଂ - ୬୩୭୦୭୮୦୬୮୧
ସୌଜନ୍ଯ - ଡମ୍ବରୁ ମହାନ୍ତ
ଉପସ୍ଥାପନା - ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ - ୯୪୩୭୧୫୨୯୩୬

14
1501 views

Comment