logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭ୍ରମିତ ବ୍ଯକ୍ତି କାହିଁକି ନିଜର ଶୁଭାକାଂକ୍ଷୀକୁ ଶତ୍ରୁ ମଣେ ! ରଚନା - ଶାନ୍ତିଲତା ସାହୁ

ଭ୍ରମିତ ବ୍ୟକ୍ତି କାହିଁକି ନିଜର ଶୁଭାକାଂକ୍ଷୀକୁ ଶତ୍ରୁ  ମଣେ "
---------------------------------------------------------------
ଶାନ୍ତିଲତା ସାହୁ ( ସୋନମ୍ )
ଫୋନ୍ - ୬୩୭୧୦୭୯୪୧୨
------------------------------
ମଣିଷ ବଞ୍ଚୁଥିବା  ପରିବେଶକୁ ନେଇ ତାର ସର୍ବାଙ୍ଗୀନ ଉନ୍ନତି ବା ସଫଳତା କିପରି ଫଳପ୍ରଦ  ହୋଇଥାଏ, ତାହା ତାର ପ୍ରକୃତ ପରିବେଶରୁହିଁ ବୁଝାପଡ଼ିଥାଏ। ସୁସ୍ଥ ଆଦର୍ଶ ପରିବାର ହିଁ ଗୋଟେ ଭଲ ପରିବେଶ ତିଆରି କରେ,ଯେଉଁ ପରିବାର ଯେତେ ଆଦର୍ଶ ସଂସ୍କାରଶୀଳ  ସେ ସେତିକି ସୁନ୍ଦର ପରିବେଶଟିଏ ତିଆରି କରିବା ସହିତ ନିଜର ଚତୁର୍ପାଶ୍ଵରେ  ଥିବା ଗାଁ  ସାଇ ପଡ଼ିଶା ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଯେତେବେଳେ ଗୋଟେ ପରିବେଶ ଓ ପରିସ୍ଥାନର କଥା ଉଠେ ସେତେବେଳେ ପ୍ରଥମେ ନିଜ ଗାଁ ଓ ନିଜ ପରିବାର ଭିତରେ ପ୍ରଚଳିତ ହେଉଥିବା ଚଳଣୀ ପରମ୍ପରା କଥା ବି ପ୍ରଶ୍ନ ଉଠିଥାଏ ପରନ୍ତୁ ସେଇସବୁକୁ ନେଇ ଆମେ ପରିସଂଖ୍ୟନରେ ଗଣନା କରିପାରିବାକି, ଏଇ ଗାଁ କି ଏଇ ଗାଁ'ର ସବୁକିଛିହିଁ ଆଦର୍ଶମୟ। ସ୍ୱାଭାବିକଭାବରେ କହିପାରିବାକି ପରିବାର ଗୁଡ଼ିକ ମଧ୍ୟ ଭଲ ହୋଇଥିବ କିନ୍ତୁ, ବେଳେବେଳେ ଏସବୁ ସତ୍ତ୍ୱେ ମଧ୍ୟ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ କିଛି ବ୍ୟତିକ୍ରମ ଦେଖାଦିଏ ଯାହା ସାରା ଗାଁ ବା ପରିବେଶକୁ କଳୁଷିତ କରି ଦେଇଥାଏ। ଅର୍ଥନୈତିକ ଭାବରେ ସେପରି ମଧ୍ଯ ୧୦୦ ରୁ ୯୯ ଟି ପରିବାର ମଧ୍ୟରେ ଦେଖିବାକୁ ମିଳୁଛି। ବ୍ୟତିକ୍ରମ କିଛି ନଥାଇ ମଧ୍ୟ ବ୍ୟକ୍ତିର ପ୍ରକୃତି ଜନ୍ମ ଗ୍ରହ ନକ୍ଷେତ୍ରଙ୍କୁ ନେଇ ଏପରି କିଛି ତଥ୍ଯ ଆମ ଶାସ୍ତ୍ରରେ ଶାସ୍ତ୍ରଜ୍ଞ ବା ପଣ୍ଡିତ ବିଶାରଦମାନେ କହିଯାଇଛନ୍ତି। ଗୀତାରେ ମଧ୍ୟ ଭଗବାନ କୃଷ୍ଣ ଅର୍ଜୁନଙ୍କର ତଥ୍ଯ ସମ୍ବଳିତ କଥାବସ୍ତୁରୁ ବେଶ୍ ଅନୁମାନ କରିହୁଏ। ପ୍ରକୃତରେ ଆତ୍ମା କ'ଣ? ଜନ୍ମ ଓ ପୂର୍ବଜନ୍ମ କିପରି??? ପ୍ରକୃତି ଓ ପୁରୁଷ କିଏ ଏପରି ବିଭିନ୍ନ ତତ୍ତ୍ୱର ଉପାଖ୍ୟାନ ଆମ ସାମାଜିକ ଚଳନୀକୁ ସ୍ବଭାବତଃ ପ୍ରଭାବିତ କରେ ବୋଲି ଆମେ ତେତିଷକୋଟି ଦେବତାରେ ବିଶ୍ବାସୀ... ଆଉ ଶ୍ରୀମନ୍ଦିରରେ ଛପନକୋଟି ଭୋଗର ମାନେ ରଖେ ଆମ ସଂସ୍କୃତି। ସେଇଥିପାଇଁ ସ୍ବର୍ଗ, ମର୍ତ୍ତ୍ୟ, ପାତାଳକୁ ଆମେ ନଦେଖି ମଧ୍ୟ ପ୍ରତି କଥାରେ ଉଦାହରଣ ସମାଜ ଆଗରେ ରଖିଥାନ୍ତି। ତେବେ ସେଇ ଆଧାରରେ ଆମେ କହିପାରିବା ଆତ୍ମା ଅମର ଅବିନାଶୀ ଆଉ ଯେତେବେଳେ ମଣିଷର ମନ ଉପରେ ସମୀକ୍ଷା ଆସେ ତ! ସ୍ଵତଃ ପାଞ୍ଚ ମନ ଓ ପଚିଶି ପ୍ରକୃତି ଆମ ଭିତରେ ଅଛନ୍ତି ବୋଲି ଶାସ୍ତ୍ର ଦାବି କରେ। ଏଇ ପାଞ୍ଚ ମନ ହେଉଛି ଆମର ପାଞ୍ଚଟି ମନ ଏବଂ ପଚିଶି ପ୍ରକୃତି ହେଉଛନ୍ତି ୨୫ଟି ଝିଅ। ଆମର ମନକୁ ଭ୍ରମିତ କରନ୍ତି ଏହି ୨୫ଟି ଝିଅ ବା ନାରୀ। ଯେତେବେଳେ ଜଣେ ସୁସ୍ଥ ବ୍ୟକ୍ତି କିଛି ଭଲ କାମରେ ହାତଦିଏ ସେତେବେଳେ ଏଇ ୨୫ଟି ପ୍ରକୃତି ତାକୁ ଭ୍ରମିତ କରନ୍ତି ଯେ ବ୍ୟକ୍ତି କେବେବି କିଛି ଭଲ କାମ ନକରୁ, ସବୁବେଳେ ଖରାପ କାମ କରୁ। ସେଇ ପ୍ରକୃତିମାନେ ଏପରି ଭାବରେ ବିଚକ୍ଷଣ ଓ ସକ୍ରୀୟଯେ ସେତେବେଳେ ସେଇ ବ୍ୟକ୍ତି ପ୍ରକୃତିର ବଶବର୍ତ୍ତୀ ହୋଇ ନିଜର ହିତାହିତ ଜ୍ଞାନକୁ ପଶୋରୀ ପକାଏ। ଏବଂ ତାକୁ ସବୁ କିଛି ଠିକ୍ କରୁଛି ବୋଲି ଲାଗେ। କାହାର କୌଣସି ବାଧା ଆକଟ ତାକୁ ପାଶଙ୍ଗ ପଡ଼େ ନାହିଁ। ନିଜର ରକ୍ତଗତ ସମ୍ପର୍କମାନେବି ତାକୁ ଖୁବ୍ ପର ବୋଲି ଅନୁଭବ ହୁଏ। ଏମିତିବି ହୁଏ ପରିସ୍ଥିତି; ସେହି ଲୋକକୁ ଯେଉଁ ଶୁଭାକାଂକ୍ଷୀମାନେ ଖରାପ ରାସ୍ତାରୁ ଉଦ୍ଧାର କରିବାପାଇଁ ଯେତେ ବ୍ୟାରିକେଟ ସାଜିଲେବି ତାହା ତାକୁ ଅନୁଭବ ହୁଏ, ଯେପରିକି ଠିକ୍ ଲୋକମାନେ ତା'ର ପରମ ଶତ୍ରୁ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ନିଜ ଲୋକମାନଙ୍କଠାରୁ ଦୁରେଇଯାଇ ସେଇ ଖରାପ ଚରିତ୍ର ସହିତ ମିଶିବାକୁ ଚେଷ୍ଟା କରି ନିଜକୁ ପତନ ମୁଖକୁ ଠେଲିଦିଏ ନିଜ ଅଗୋଚରରେ। ନିଜର ଲୋକମାନଙ୍କୁ ସେ ଶତ୍ରୁ ନଜରରେ ଦେଖିଥାଏ ଏବଂ ପ୍ରତିମୁହୂର୍ତ୍ତରେ ତାକୁ ସେଇ ପ୍ରକୃତିମାନେ ଅନୁଭବ କରାଇଥାନ୍ତିକି ତମର ନିଜ ଲୋକମାନେ ତମର ଶତ୍ରୁ ଏବେ ତମେ ସେମାନଙ୍କଠାରୁ ଦୂରେଇ ଆସି ମୋ ସହିତ ମିଶିଯାଅ ଏବଂ ଏଇ ପାଞ୍ଚମନ ଓ ପଚିଶିପ୍ରକୃତି ମିଶି ଏପରିଭାବରେ ତାକୁ କବଳିତ କରିପକାନ୍ତି ଯେ, ଯାହା ସେଇ ବ୍ୟକ୍ତିର ଜୀବନକୁ ସମ୍ପୂର୍ଣ୍ଣ ଦୁର୍ବସହ କରିପକାଏ ଏବଂ ସେ ଭୁଲ୍ ଠିକ୍ ର ସଠିକ୍ ନିର୍ଣ୍ଣୟ କରିନପାରି ପରିଶେଷରେ ନିଜ ଲୋକମାନଙ୍କଠାରୁ ଦୂରେଇ ଯାଏ। ଏଇ ଖରାପ ପ୍ରକୃତି ଗୁଡ଼ିକ ଖାଲି ଗୋଟିଏ ମଣିଷ ନୁହେଁ ଅନେକ ପରିବାରକୁ ଭାଙ୍ଗିରୁଜି ଚୁର୍ମାର କରିଦିଅନ୍ତି ତେଣୁ ଆଜି ହିଁ ସାବଧାନ ରହିବା ବିବେକ ବୁଦ୍ଧି, ବିଚାରଧାରା ଅନୁସାରେ ଜଣେ ସୁସ୍ଥ ଆଦର୍ଶ ବିଚାରବନ୍ତ ବ୍ୟକ୍ତି ନିଜର ସଂଯମତା ବଳରେ ଏସବୁ କୁ - ଶକ୍ତିମାନଙ୍କ କବଳରୁ ମୁକ୍ତି ପାଇପାରିବ। ଯଦିବି ଆଜି କେହି ସେଇ ଚରିତ୍ରମାନଙ୍କ କବଳରେ ବା ପ୍ରକୃତି ଫାଶରେ ବନ୍ଦୀ ହୋଇଛନ୍ତି ଦୟାକରି ଏ ଲେଖାଟିକୁ ବାରମ୍ବାର ପଢନ୍ତୁ ଆଉ ଏହାର ଫାଇଦା ଉଠାନ୍ତୁ। ଏବେ ଓଡିଶାର ସାଢ଼େଚାରିକୋଟି ଓଡିଆଙ୍କ ପ୍ରାଣରେ ଏଇ କଥାକୁ ପବନରେ ପହଞ୍ଚାଇବାର ଅଛି !!!

ଭୁବନେଶ୍ବର -୦୨

ରିପୋର୍ଟ - ଡମ୍ବରୁ ମହାନ୍ତ
ସୌଜନ୍ଯ ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ - ୯୪୩୭୧୫୨୯୩୬

27
728 views

Comment