ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭାରତୀୟ ଜନତା ପାର୍ଟି ର 47 ତମ ପ୍ରତିଷ୍ଠା ଦିବସ ପାଳିତ l
ଅନୁଗୋଳ (କରୁଣାକର ନାୟକ )6/4
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋର ନଗର ବ୍ଲକ ଅନ୍ତର୍ଗତ ଅଙ୍ଗପଡା ପଞ୍ଚାୟତ ନିକଟସ୍ଥ ଏକ ପଡିଆ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେପି ଦଳ ର 47 ତମ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏଥିରେ ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷା ଅଞ୍ଜଳି ପ୍ରଧାନ, ପୂର୍ବତନ ଆଠମଲ୍ଲିକ ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ଅଧକ୍ଷ ତଥା ସାଂସଦ ଙ୍କ ପ୍ରତିନିଧି ଶଙ୍କର ହୋତା, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ସଂଯୋଜକ ଡ଼କ୍ଟର ଅଲେଖ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷ ସଭ୍ୟ ବଂଶୀଧର ସେଠି, ସ୍ଥାନୀୟ ସରପଞ୍ଚ ଜିତେନ୍ଦ୍ର କୁମାର ପ୍ରଧାନ ସମେତ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥ ଙ୍କ ଫଟୋ ଚିତ୍ର ଉପରେ ଧୂପଲଗାଇ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ନାକିଚି ମଣ୍ଡଳ ସଭାପତି ସଂଜୀବ କୁମାର ପାତ୍ର (ଗାନ୍ଧୀ ଭାଇ )ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଇଞ୍ଜିନିଅର ପ୍ରବୋଧ କୁମାର ବେହେରା ସଭା ପରିଚାଳନା କରିଥିଲେ l ଦଳର 47 ତମ ପ୍ରତିଷ୍ଠା ଦିବସ ରେ ଦଳର ନିର୍ମାଣ ଠାରୁ ବର୍ତମାନ ର ଶାସନ ଭାରଉପରେ ବିଷାଦ ଭାବରେ ବ୍ୟାଖ୍ୟା କରି ସଂମ୍ମାନିତ ଅତିଥି ଗଣ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ବିଶ୍ୱ ଇତିହାସ ରେ ରେକର୍ଡ ସୃଷ୍ଟି କରିବା ପାଇଁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତଥା ଦଳର ଓଡିଶା ର କର୍ଣ୍ଣଧାର ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତମୁଠା କୁ ଟାଣ କରିବାକୁ ହେଲେ ଦଳବଳ ନିର୍ବିଶେଷରେ ନିଜ ନିଜ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ଭାଙ୍ଗି ଗୋଟିଏ ସୂତ୍ରରେ ହାତକୁହାତ ମିଳାଇ ବୃହତ ସଂଗଠନ ନିର୍ମାଣ କରିପାରିଲେ ଆଗାମୀ ଦିନରେ ଡବଲ ଇଂଜିନ ସରକାର 10 ବର୍ଷ ଶାସନ କରିପାରିବ ବୋଲି ମତ ପ୍ରକାଶ କରିଥିଲେ l ସର୍ବଶେଷରେ ବଇଣ୍ଡା ର ପୂର୍ବତନ ମଣ୍ଡଳ ସଭାପତି ତଥା ସମାଜସେବୀ ବିଶ୍ୱରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ 1000 ରୁ ଉର୍ଦ୍ଧ ଦଳୀୟକର୍ମୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l