logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ମାଲକାନଗିରିରେ ସାମୂହିକ ସ୍ୱଚ୍ଛତା ଅଭିଯାନ*

*ମାଲକାନଗିରିରେ ସାମୂହିକ ସ୍ୱଚ୍ଛତା ଅଭିଯାନ*

*ପର୍ଯ୍ୟଟନ ସ୍ଥଳୀର କାୟାକଳ୍ପ ପାଇଁ ପ୍ରଶାସନ ଓ ଜନସାଧାରଣ ଏକାଠି*

*ମାଲକାନଗିରି,୬/୪/୨୬:*

ସ୍ୱଚ୍ଛ ଓଡ଼ିଶା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର କୋଣ ଅନୁକୋଣରେ ଏକ ବୃହତ ସାମୂହିକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀଗୁଡ଼ିକର ସଫେଇ କରାଯାଇଛି। ଆମର ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ହେଉଛି ଆମ ଜିଲ୍ଲାର ପରିଚୟ। ଏହାକୁ ସ୍ୱଚ୍ଛ ରଖିବା ଦ୍ୱାରା ଆମେ କେବଳ ପରିବେଶକୁ ସୁରକ୍ଷିତ ରଖୁନାହୁଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରୁଛୁ ବୋଲି ଏହି ଅବସରରେ ଜିଲ୍ଲାପାଳ ମତପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାର ସୌନ୍ଦର୍ଯ୍ୟ ଓ ସ୍ୱଚ୍ଛତା ଦାୟିତ୍ୱ ଆମ ସମସ୍ତଙ୍କର ଏକ ସାମୂହିକ ସଂକଳ୍ପ। ମାଲକାନଗିରିକୁ ଏକ ନିର୍ମଳ ଓ ସୁନ୍ଦର ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
ଏହି ଅଭିଯାନ ଅଧୀନରେ ଶ୍ରୀ ମଲ୍ଲିକେଶ୍ୱର ମନ୍ଦିର ପରିସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟ ହୋଇଥିବା ବେଳେ,
ଐତିହାସିକ ଗୁରୁପ୍ରିୟା ସେତୁ ନିକଟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ସ୍ୱଚ୍ଛତା କାର୍ଯ୍ୟର ତଦାରଖ କରିଥିଲେ। ସେହିପରି ମୁଗୀ ପଏଣ୍ଟଠାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଏବଂ ପବିତ୍ର ସୀତା କୁଣ୍ଡଠାରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଉପସ୍ଥିତିରେ ଶ୍ରମଦାନ କରାଯାଇଥିଲା।ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ମଧ୍ୟ ସମାନ ଉତ୍ସାହର ସହ ଏହି ଅଭିଯାନ ଜାରି ରହିଥିଲା। ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ଜିଲ୍ଲାର ଐତିହ୍ୟକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଏକ ସାମୂହିକ ସଂକଳ୍ପ ନିଆଯାଇଛି। ଏହି ପଦକ୍ଷେପ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି।

0
0 views

Comment