କଣିହାଁ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର
କଣିହାଁ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ:
୬/୦୪/୨୦୨୫,ଆଜି ଅନୁଗୋଳ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଅନୁଗୋଳ ଅବ୍ଦାଲ ଏମ୍ ଅଖତରଙ୍କ ଉପସ୍ଥିତି ରେ ମୋଟ ୮୩ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ବ୍ୟକ୍ତିଗତ ଭାବେ - ୫୭ ଟି ଓ ଗ୍ରାମ୍ୟ ଭିତ୍ତିକ ଭାବେ - ୨୬ଟି । ଏହି ଶିବିର ସ୍ଥଳରେ ତୁରନ୍ତ ୦୯ ଟି ଅଭିଯୋଗର ଫଏସଲା କରାଯାଇଥିଲା । ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ପାଞ୍ଚ ଜଣଙ୍କୁ ଯଥା ବୁରୁକୁନା ପଞ୍ଚାୟତର ରାଜେନ୍ଦ୍ର ବେହେରା ଓ କୁମ ବାରିକ ଉଭୟଙ୍କୁ କର୍କଟ ରୋଗର ଚିକିତ୍ସା ନିମନ୍ତେ ୧୫,୦୦୦ ଓ ୭,୫୦୦ ଟଙ୍କା ଲେଖାଏଁ ଏବଂ ବଜ୍ରକୋଟ ପଞ୍ଚାୟତ ର ନିରଞ୍ଜନ ନାଏକ ଏବଂ ତ୍ରିଲୋଚନ ବିଶି ଉଭୟଙ୍କୁ କିଡନୀ ରୋଗର ଚିକିତ୍ସା ନିମନ୍ତେ ୧୫,୦୦୦ ଟଙ୍କା ଲେଖାଏଁ ଏବଂ ବିଜିଗୋଳ ପଞ୍ଚାୟତର କାଳନ୍ଦୀ ଚରଣ ଦାସଙ୍କୁ ଚିକିତ୍ସା ନିମନ୍ତେ ୫୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଗ୍ରାମ୍ୟ ସମସ୍ୟା, କଳକାରଖାନା ଦ୍ଵାରା ଅଧିଗୃହୀତ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଏବଂ ଥଇଥାନ ସମସ୍ୟା, ଜମିଜମା ସମ୍ବନ୍ଧରେ, ରାସ୍ତାଘାଟ ମରାମତି , ପିଇବା ପାଣି, ଭତ୍ତା, ରାସନ, ଘର ଏବଂ ବ୍ୟକ୍ତି ଗତ ସମ୍ବନ୍ଧରେ ଆସିଥିଲା । ଏଥିରେ ଉପସ୍ଥିତ ଥିଲେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ମୁଖ୍ୟ ଚିକିତ୍ସା ଅଧିକାରୀ ମଦନ ମୋହନ ପ୍ରଧାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ ,ଉପଜିଲ୍ଲାପାଳ ତାଳଚେର ଆଶିଷ ରଞ୍ଜନ ସାହୁ,ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଚିନ୍ମୟ ଦାସ, କଣିହାଁ ଥାନା ଅଧିକାରୀ ରମନିରଞ୍ଜନ ଦଳଇ, ଏନ ଟି ପି ସି ଥାନା ଅଧିକାରୀଣୀ ସଂଯୁକ୍ତା ଖିଲାର, ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏହି ଶିବିରରେ ଉପସ୍ଥିତ ଥିଲେ ।