logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାମଣ୍ଡା କଳାକାର ସଂଘ ପକ୍ଷରୁ ଦେବଗଡ଼ରେ ବିଶ୍ବ ନାଟ୍ୟ ଦିବସ ପାଳିତ


ଦେବଗଡ଼, ତା. ୦୬୦୪/୨୦୨୬ ରିଖ :-
ଗତକାଲି ସନ୍ଧ୍ୟାରେ ବାମଣ୍ଡା କଳାକାର ସଂଘ, ଦେବଗଡ଼ ପକ୍ଷରୁ ସ୍ଥାନୀୟ ଟାଉନ ହଲ୍‌ରେ ବିଶ୍ବ ନାଟ୍ୟ ଦିବସ ଉତ୍ସାହ ଓ ଆଡମ୍ବରର ସହିତ ପାଳିତ ହୋଇଯାଇଛି।
ସଂଘର ସଭାପତି ବିପିନ ବିହାରୀ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଅମାତ ପୌରହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧୀରଜ କୁମାର ଚୋପଦାର ଓ ଜିଲ୍ଲା ଲୋକସମ୍ପର୍କ ଓ ସୂଚନା ଅଧିକାରୀ ମନୋରଞ୍ଜନ ସୂତାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଓ ପରାମର୍ଶଦାତା ହେମନ୍ତ କୁମାର ମହାପାତ୍ର, ମନୋଜ କୁମାର ପାଢୀ, ଦିଲୀପ କୁମାର ଗୁରୁ ଏବଂ ସଂପାଦକ ରୋମିଓ ମହାପାତ୍ର ଉପସ୍ଥିତ ଥିଲେ।
ଏହି ଅବସରରେ ଚଳିତ ବର୍ଷର “ବାମଣ୍ଡା ନାଟ୍ୟ ସମ୍ମାନ–୨୦୨୬” ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଓ କଳାକାର ଅତୁଲ୍ୟ କୁମାର ପୂଜାରୀ ଏବଂ ବରିଷ୍ଠ ଅଭିନେତା ପ୍ରଶାନ୍ତ କୁମାର ଦ୍ୱିବେଦୀଙ୍କୁ ପ୍ରଦାନ କରାଯାଇଥିଲା।
ନାଟ୍ୟକାର କୁମୁଦ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମର ସୁନ୍ଦର ମଞ୍ଚ ପରିଚାଳନା କରିଥିଲେ। ଦିବଙ୍ଗତ କଳାକାର ମଙ୍ଗଳ ମହାଙ୍କୁର ଓ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତିରେ ଏହି ଅନୁଷ୍ଠାନ ଉତ୍ସର୍ଗ କରାଯାଇଥିଲା।
ସାହିତ୍ୟ-ସଂସ୍କୃତିମୟ ଏହି କାର୍ଯ୍ୟକ୍ରମରେ ଅନେକ ନାଟକ ଓ ନୃତ୍ୟ ପରିବେଷଣ ହୋଇଥିଲା। ବାଲ ଭାରତୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଞ୍ଜୟ ଦେବଙ୍କ ନିର୍ଦ୍ଦେଶନାରେ “ଅବୁଝା ରାଜାଙ୍କ ବିଚାର” ଏବଂ ରାଜା ବାସୁଦେବ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ଶିକ୍ଷକ ଗୌରହରି ସାହୁଙ୍କ ନିର୍ଦ୍ଦେଶନାରେ “ଅନୁତାପ” କ୍ଷୁଦ୍ର ନାଟକ ଅଭିନୀତ ହୋଇଥିଲା।
ଏହା ସହିତ ଘନଶ୍ୟାମ ବେହେରାଙ୍କ ଗୋଷ୍ଠୀ, ଡ୍ରିମ୍ସ ଡ୍ୟାନ୍ସ ଏକାଡେମୀର ଗୀତିକା ଭୋଇ ଓ ନିଶାଲୀ ପାଢୀଙ୍କ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନୋରଞ୍ଜିତ କରିଥିଲା।
ବାମଣ୍ଡା କଳାକାର ସଂଘର କଳାକାରମାନଙ୍କ ଦ୍ୱାରା ନାଟ୍ୟକାର ଦିଲ୍ଲୀପ ବଳବନ୍ତରାୟଙ୍କ ରଚିତ ଓ ଅବନୀକାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ “ନିଳଠା ନିର୍ଦ୍ଦେଶକ” ନାଟକ ଅଭିନୀତ ହୋଇଥିଲା। ଏଥିରେ ସୁମନ ମହାକୁଳ, ସୁଜାତା ବେହେରା, ପ୍ରୀତମ ବେହେରା, ଶ୍ରବଣ କୁମାର ନାୟକ, ସାଗର ପୃଷ୍ଟି ଓ ଅବନୀକାନ୍ତ ମିଶ୍ର ଅଭିନୟ କରିଥିଲେ।
ସମସ୍ତ କଳାକାରଙ୍କ ରୂପସଜ୍ଜା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ କଳାକାର ନେତ୍ରାନନ୍ଦ ସାହୁ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନନ୍ଦ, ସନ୍ତୋଷ କୁମାର ସାହୁ, ତେମିଓ ରଞ୍ଜନ, ସ୍ବାଗତ ନନ୍ଦ, ଫକୀର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବୁଡା, ଚିନ୍ମୟ ଦାସ, ଲିଙ୍କନ ସାହୁ, ବୁଲଟି ମହାପାତ୍ର, ମନୋରଞ୍ଜନ ନାୟକ, ବାବୁଲି ପ୍ରଧାନ, ଗୋପାଞ୍ଜଳୀ ପାଢୀ, ଧୃବଚରଣ ବେହେରା, ଚିନ୍ମୟ ସ୍ୱାଇଁ ଓ ତ୍ରିନାଥ ଦାଶ ପ୍ରମୁଖ ସହଯୋଗ କରିଥିଲେ। କ୍ୟୁଆର୍ ଲାର୍ଣ୍ଣି ସେଣ୍ଟର ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇଥିଲା।

0
0 views

Comment