ଘଟଗାଁ ବ୍ଲକ ଅନ୍ତର୍ଗତ ବଡ଼ଜାମୁପଶି ଗ୍ରାମରେ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା କଳାକାର ପରିଷଦ, କେନ୍ଦୁଝର ଶାଖା ତାରିଣୀ ମଣ୍ଡଳ ଘଟଗାଁ ବ୍ଲକର ବାର୍ଷିକ ଉତ୍ସବ ସମାପନ
ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା କଳାକାର ପରିଷଦ ତାରିଣୀ ମଣ୍ଡଳ ଘଟଗାଁ ବ୍ଲକ ର ୩୮ତମ ବାର୍ଷିକୋତ୍ସବ ଉଦଯାପିତ
କେନ୍ଦୁଝର,୬/୪ : ସ୍ଥାନୀୟ ଘଟଗାଁ ବ୍ଲକ ଅନ୍ତର୍ଗତ ବଡ଼ଜାମୁପଶି ଗ୍ରାମର ଜନସାଧାରଣଙ୍କ ସହଯୋଗରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା କଳାକାର ପରିଷଦ କେନ୍ଦୁଝର ଶାଖା ତାରିଣୀ ମଣ୍ଡଳ ଘଟଗାଁ ବ୍ଲକର ୩୮ତମ ବାର୍ଷିକ ଉତ୍ସବ ମହାସମାରୋହରେ ଉଦଯାପନ ହୋଇଯାଇଛି।
ପାଲା କଳାକାର ପରିଷଦର କାର୍ଯ୍ୟକାରୀ ସଭାପତି ଖଗେଶ୍ବର ଘଣାଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ରୂପେ ରାଜ୍ୟର ଅଗ୍ରଣୀ ସାହିତ୍ଯାନୁଷ୍ଠାନ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ସଭାପତି ଉପେନ୍ଦ୍ର ଦାଶ, ମୁଖ୍ୟ ବକ୍ତା ଭାବରେ ନୀଳକଣ୍ଠେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ଯାଂଶୁ ଶେଖର ନାୟକ, ସମ୍ମାନିତ ଅତିଥି ରୂପେ ଅଭ୍ୟର୍ଥନା କମିଟିର ମୁଖ୍ୟ କୀର୍ତ୍ତନ ବିହାରୀ ମହାନ୍ତ ଯୋଗଦେଇ ପାଲା କଳାକାର ପରିଷଦ ତାରିଣୀ ମଣ୍ଡଳ ଘଟଗାଁ ବ୍ଲକର ଗ୍ରାମାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରୁଥିବାରୁ କର୍ମକର୍ତ୍ତା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଉଦଘାଟନ ଦିବସରେ ମୁଖ୍ୟ ଅତିଥି ରୂପେ ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ସୁବର୍ଣ୍ଣ ପଲେଇ, ସମ୍ମାନିତ ଅତିଥି ରୂପେ ଜନାର୍ଦ୍ଦନ ଗିରି ଯୋଗଦେଇ ଆମର ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବୀତ କରି ରଖିବା ଏବଂ ସମାଜରେ ସଂସ୍କାର ପୁର୍ଣ୍ଣ ପରିବେଶ ସୃଷ୍ଟି କରିବାରେ ପାଲା କଳାକାର ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ବୃନ୍ଦ ମତପୋଷଣ କରିଥିଲେ । ଦିନବେଳେ ଚାଙ୍ଗୁ ନୃତ୍ୟ,ଘୋଡା ନୃତ୍ୟ ଓ କୀର୍ତ୍ତନ ମଣ୍ଡଳୀଙ୍କ ଦ୍ବାରା ବିଭିନ୍ନ ସଂଗୀତ ଓ ନୃତ୍ୟ ପରିବେଷିତ ହୋଇଥିଲା ।ଅନୁଷ୍ଠାନର ସଂପାଦକ ହେମନ୍ତ ରଣା ସଂପାଦକୀୟ ବିବରଣୀ ପାଠ କରିଥିଲେ ।ପରେ ପରେ ମୁଦ୍ରାବେଡାର ସନ୍ଧ୍ୟା ରାଣୀ ନାୟକ,ବିନିଦା ଚମ୍ପାପଷିର ସୌଦାମିନୀ ମହାନ୍ତ, ନୁସୁରିପଷିର ବିକ୍ରମ କୁମାର ବାରିକ , ଦେଓବନ୍ଧର ଚୈତନ୍ୟ ଚରଣ ମହାନ୍ତ ଓ ତାଙ୍କର ସାଥୀ ବୃନ୍ଦ ପାଲା ପରିବେଷଣ କରିଥିଲେ। ଏହି ଅବସରରେ ବଡ଼ଜାମୁପଶି ଗ୍ରାମର ଜନସାଧାରଣଙ୍କୁ ଏହି ଉଦ୍ଯମ ପାଇଁ ଅତିଥି ତଥା ପାଲା କଳାକାର ପରିଷଦ ପକ୍ଷରୁ ଉଚ୍ଚ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅଭ୍ୟର୍ଥନା କମିଟିର ମୁଖ୍ୟ କୀର୍ତ୍ତନ ମହାନ୍ତ ଓ ମିଶ୍ର ନାଏକ ପରିଚାଳନା କରିଥିବାବେଳେ ଗ୍ରାମର ପାଲା ପ୍ରେମୀ ଅଜିତ ଦାସ, ଶିଶିର ମୁଣ୍ଡା,ରାଜୁ ମୁଣ୍ଡା, ଭୀମସେନ ବେହେରା, ବଶିଷ୍ଠ ବେହେରା ଓ ଋଷିନାଥ ଦାସ ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟ - ଡମ୍ବରୁ ମହାନ୍ତ
ଉପସ୍ଥାପନା: ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ - ୯୪୩୭୧୫୨୯୩୬