logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଦେବଗଡ଼, ତା. ୦୬/୦୪/୨୦୨୬ ରିଖ :-
ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏହି ଶିବିରରେ ଯୋଗଦେଇ ସମୁଦାୟ ୫୬ଟି ଅଭିଯୋଗ ଗ୍ରହଣ କରିଥିଲେ ଏବଂ ସେଗୁଡିକର ଶୀଘ୍ର ସମାଧାନ ପାଇଁ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଗ୍ରହୀତ ଅଭିଯୋଗମାନଙ୍କ ମଧ୍ୟରୁ ୩୯ଟି ବ୍ୟକ୍ତିଗତ ଓ ୧୭ଟି ସାମୁହିକ ଅଭିଯୋଗ ଥିବା ଜଣାପଡ଼ିଛି। ପାନୀୟ ଜଳ ସୁବିଧା, ସୁଭଦ୍ରା ଯୋଜନା, ଜଙ୍ଗଲ ଜମି ପଟ୍ଟା, ୩୫ କେଜି ରାସନ୍ ଚାଉଳ, ଜମି ଚିହ୍ନଟ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ବନ୍ଧୀୟ ଅଭିଯୋଗମାନ ପ୍ରମୁଖ ଭାବେ ଉଠିଥିଲା। ଅଭିଯୋଗଗୁଡିକୁ ଗୁରୁତ୍ୱ ସହ ଶୁଣିବା ପରେ, ଜିଲ୍ଲାପାଳ ସମସ୍ତ ମାମଲାର ଶୀଘ୍ର କାର୍ଯ୍ୟକାରୀ ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ ଚପରଦାର, ଏସିଏଫ୍ ସ୍ଵାଧୀନତା ସାହାଣୀ, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ

4
89 views

Comment