logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ ଓଡ଼ିଆ ପକ୍ଷ ପାଇଁ "ସ୍ବଚ୍ଛତା ଅଭିଯାନ" କାର୍ଯ୍ୟକ୍ରମ।

ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ ଓଡ଼ିଆ ପକ୍ଷ ପାଇଁ "ସ୍ବଚ୍ଛତା ଅଭିଯାନ" କାର୍ଯ୍ୟକ୍ରମ।

କେନ୍ଦୁଝର -୦୬/୦୪ (ଖଣ୍ଡାଧାର ନିଉଜ) ଓଡ଼ିଆ ପକ୍ଷ ପାଇଁ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରର ଜାତୀୟ ସେବା ଯୋଜନା ଅଧିକାରୀ ଡ. ନିବେଦିତା ଦାସଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଜାତୀୟ ସେବା ଯୋଜନାର ବହୁ ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତ ରଂଜନ ସାହୁଙ୍କ ସମେତ ଅଣଶିକ୍ଷକ କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ସ୍ଥାନୀୟ କାଶିପୁରସ୍ଥିତ ଲକ୍ଷ୍ମୀ ମନ୍ଦିର ଯାଇ ମନ୍ଦିରର ଚତୁଃପାର୍ଶ୍ୱକୁ ସଫା କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସାହୁ କହିଥିଲେ ଯେ ସ୍ବଚ୍ଛ ପରିବେଶ ରହିଲେ, ସ୍ବାସ୍ଥ୍ୟ ସୁସ୍ଥ ରହେ । ଏହି ପରିପ୍ରେକ୍ଷୀରେ ନିଜ ଘର ସହ ପାର୍କ, ଦେବସ୍ଥଳୀ, ସାର୍ବଜନୀନ ସ୍ଥାନ ବା ଚତୁଃର୍ପାଶ୍ୱକୁ ସ୍ବଚ୍ଛ ରଖିବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏଥିରେ ସ୍ଥାନୀୟ ମନ୍ଦିର କର୍ମକର୍ତ୍ତାଗଣ ଓ ସାମ୍ବାଦିକ ସତ୍ୟଜିତ୍ ସାମନ୍ତରାୟ ଏଭଳି ପ୍ରୟାସକୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ସ୍ବଚ୍ଛତା ଅଭିଯାନ ଜୋରଦାର କରିବାକୁ ମତ ପ୍ରକାଶ କରିଥିଲେ । ସ୍ବଚ୍ଛତା ଅଭିଯାନରେ ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ନାୟକ, ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ଶଂଖୁଆଳ, ଅଧ୍ୟାପିକା ରଶ୍ମିତା ସାହୁ ଓ ଅଣଶିକ୍ଷକ କର୍ମଚାରୀବୃନ୍ଦ ସହଯୋଗ କରି ଅଭିଯାନକୁ ସଫଳ କରେଇଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
405 views

Comment