ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବର ତୃତୀୟ ସଂନ୍ଧ୍ଯାର ନାଟକରେ ଦର୍ଶକ ବିମୋହିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୫/୪/୨୬,ରବିବାର
ତୃତୀୟ ସଂନ୍ଧ୍ଯାରେ ମନମୋହିଲା ନାଟକ "ଡାଆଣୀ" ଓ ଭାଜ୍ଯ ଭାଜକ ଓ ଭାଗଫଳ"
ଦାମନଯୋଡି:-୫/୪ ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବର ତୃତୀୟ ସଂନ୍ଧ୍ଯାରେ ଦୁଇଟି ନାଟକ ପରିବେଷଣ କରାଯାଇଥିଲା ।ବାଣୀ କ୍ଷେତ୍ର ନାଟ୍ଯ ପରିଷଦ ଜଗତସିଂହପୁର ଦ୍ବାରା ପ୍ରଦର୍ଶିତ ନାଟକ "ଡାଆଣୀ" ରଚନା ଡଃ ଅଧ୍ୟାପକ ଶରତ ଚନ୍ଦ୍ର ମହାରଣା, ନିର୍ଦ୍ଦେଶନା ସୁଶାନ୍ତ କୁମାର ମହାରଣା, ଦ୍ବିତୀୟ ସମ୍ବଲପୁରୀ ଭାଷାରେ ନାଟକ "ଭାଜ୍ଯ ଭାଜକ ଭାଗଫଳ" ରଚନା ଓ ନିର୍ଦ୍ଦେଶନା ବିରୁପାକ୍ଷ ପ୍ରଧାନ ।କଳାକାରମାନଙ୍କ ନିଖୁଣ ଅଭିନୟ ସମବେତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା ।ଆଜି ସଂନ୍ଧ୍ଯାର ମୁଖ୍ଯ ଅତିଥି ମୁଖ୍ଯ ମହାପ୍ରବନ୍ଧକ ସଂଜୟ ଗୁପ୍ତା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।ଅନ୍ଯାନ୍ଯ ମୁଖ୍ଯ ମହାପ୍ରବନ୍ଧକଗଣ ସହ ସଭାପତି ତଥା ମୁଖ୍ଯ ମହାପ୍ରବନ୍ଧକ ବିଛନ୍ଦ ଚରଣ ଦାଶ, ସଂପାଦକ ନିର୍ମଳ କୁମାର ରାଉତ, ନାଟ୍ଯ ମହୋତ୍ସବର କର୍ମକର୍ତ୍ତା ନାଗେଶ୍ଵର ପାତ୍ର,ରଂଜନ କୁମାର କାନୁନଗୋ, ଅଲେଖ ମହାକୁଡ, ଏନ ରବି କୁମାର, ଉତ୍ତମ ପଟ୍ଟନାୟକ, ମୁରଲୀଧର ଦାସ, ବିଶ୍ବଜିତ ମିଶ୍ର, ମାନସରାଜ ପଣ୍ଡା,ଅରୁଣ ମିଶ୍ର, ସ୍ବପ୍ନରାଜ ମିଶ୍ର, ଗୌତମ ବିଷୋୟୀ ଓ ସୁଶାନ୍ତ କୁମାର ଦାଶ ସାହାଯ୍ଯ ଓ ସହଯୋଗ କରିଥିଲେ ।ନିର୍ମଳ କୁମାର ରାଉତ ଓ ଶ୍ରୀଧର ପରିଡା ମଞ୍ଚ ସଂଯୋଜନା କରିଥିଲେ ।ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାଟକ ପ୍ରତିଯୋଗିତା ଚାଲୁ ରହିବ ।ବହୁସଂଖ୍ୟରେ ଦର୍ଶକ ଉପସ୍ଥିତ ରହି ମନଭରି ନାଟକ ଉପଭୋଗ କରିବା ସହ ଖାଦ୍ୟ ଓ ବାଣିଜ୍ଯ ମେଳାର ଫାଇଦା ଉଠାଇବାକୁ କମିଟି ତରଫରୁ ଆହ୍ବାନ କରାଯାଇଛି ।