ଓଡ଼ିଆ ପକ୍ଷ ଷଷ୍ଠ ଦିବସରେ ପ୍ରଧାନପାଟ୍ ଐତିହ୍ୟ ସ୍ଥଳୀରେ ସ୍ୱଚ୍ଛତା ଅଭିଯାନ
ଦେବଗଡ଼, ତା ୦୬/୦୪/୨୦୨୬ ରିଖ :-ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସ ଅବସରରେ ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟ ସ୍ଥଳୀ ପ୍ରଧାନପାଟ୍ଠାରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପର୍ଯ୍ୟଟନ ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ ଓ ପୌରପରିଷଦଙ୍କ ସମ୍ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ପ୍ରଧାନପାଟ୍ର ପ୍ରଧାନ ପାଟେଶ୍ୱରୀ ମନ୍ଦିର ଏବଂ ପରିସରର ଅନ୍ୟାନ୍ୟ ଐତିହ୍ୟ ସ୍ଥଳୀଗୁଡ଼ିକରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବରୋଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଉପସ୍ଥିତ ଥିଲେ। ଏହା ସହିତ ୱାର୍ଡ ନଂ ୯ କାଉଁସିଲର ସରୋଜିନୀ ମୁଣ୍ଡା, ୱାର୍ଡ ନଂ ୧୦ କାଉଁସିଲର ଇତିଶ୍ରୀ ମିଶ୍ର, ୱାର୍ଡ ନଂ ୧୧ କାଉଁସିଲର କାର୍ତ୍ତିକ ମହାକୁଳ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ଉପନିବନ୍ଧକ ପ୍ରଦ୍ୟୁମ୍ନ କୁମାର ଦାସ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ରାଜାବାସୁଦେବ ଉଚ୍ଚ ବିଦ୍ୟାଳୟ, ଏକଲବ୍ୟ ଓ ଅନ୍ୱେଷା ବିଦ୍ୟାଳୟର ଛାତ୍ରଛାତ୍ରୀ, ପୌରପରିଷଦ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ଉତ୍ସାହପୂର୍ଣ୍ଣ ଭାବେ ଯୋଗଦେଇ ସ୍ୱଚ୍ଛତା କାର୍ଯ୍ୟରେ ସହଭାଗୀ ହୋଇଥିଲେ।
ଏହି ଅଭିଯାନ ମାଧ୍ୟମରେ ଐତିହ୍ୟ ସ୍ଥଳୀଗୁଡ଼ିକର ସୁରକ୍ଷା ଓ ପରିବେଶ ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି ପାଇଥିବା ଦେଖାଯାଇଛି।