ପୁରୁଣା କିରୋସିନୀ ଡିପୁ ନିଆଁ ଲାଗି ଜଳିଗଲା।
ପୁରୁଣା କିରୋସିନୀ ଡିପୁ ନିଆଁ ଲାଗି ଜଳିଗଲା।
ପାଟଣା-୦୫/୦୪, ପାଟଣା ବଜାର ନିକଟ ନାଏକ ସାହିରେ ଥିବା ବହୁ ପୁରୁଣା କିରୋସିନୀ ଡିପୁରେ ଆଜି ଅଗ୍ନିକାଣ୍ଡ ଘଟି ଡିପୋର ଖପର ଘରଟି ଜଳି ଯାଇଛି। ବହୁ ଦିନ ପୂର୍ବରୁ କିରାସିନି ଗଛିତ ପାଇଁ ରଖା ଯାଇଥିବା ପୁରୁଣା ଟାଙ୍କି ଟିକୁ କବାଡ଼ିଆକୁ ବିକ୍ରି କରା ଯାଇଥିବା ବେଳେ ଏହାକୁ ସେ କଟର ସାହାଯ୍ୟ ରେ କାଟିବା ବେଳେ ଟାଙ୍କି ଭିତରେ ଥିବା କିଛି କିରାସିନୀରେ ନିଆଁ ଲାଗି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।