logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେମୁଣ୍ଡିଆ ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

କେମୁଣ୍ଡିଆ ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

ଚମ୍ପୁଆ -୦୪/୦୪ (ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ କେମୁଣ୍ଡିଆ ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀ ଶ୍ରୀ ନିତାଇ ଗୌର ମହାପ୍ରଭୁଙ୍କ ୧୦୩ ତମ ଅଖଣ୍ଡ ହରିନାମ ମହାମନ୍ତ୍ର ଚବିଶ ପ୍ରହର ନାମଯଜ୍ଞ ୨ ତାରିଖ ଗୁରୁବାର ଠାରୁ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ଗ୍ରାମର ଭକ୍ତ ଶ୍ରଦ୍ଧାଳୁ ମାନେ ରୂପାକୁଣ୍ଡ ବୈତରଣୀ ନଦୀ ଘାଟ ରୁ ଶୁଦ୍ଧ ଜଳ କଳସ ଆଣି ଘଟ ସ୍ଥାପନ କରିବା ପରେ ଅଧିବାସ, ନାମଯଜ୍ଞ ଆରମ୍ଭ କରାଯାଇଥିଲା l ପୂଜକ ବିଷ୍ଣୁପଦ ମିଶ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ମନୋରଞ୍ଜନ ନାଏକ, କୁମୁଦ ନାଏକ ବସିଥିଲେ l ପ୍ରଥମେ ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ନେଇଥିଲେ l ଏହା ସହିତ ଅଞ୍ଚଳର ଆଖୁପାଳ, ହରିଚନ୍ଦନପୁର, ବାଲିପଶି, ମିରିଗିଖଜୁରୀ (ପାଟଣା ) ଓ ପୋଡ଼ଶୀ ମୟୁରଭଞ୍ଜ ଜିଲ୍ଲା ଗୁଡ଼ସାହି, ଇନ୍ଦପୁର'ର ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ନେଇଥିଲେ l ହରିନାମ ଅଖଣ୍ଡ ମହାମନ୍ତ୍ର ଶୁଣିବାକୁ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜନତା, ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମକୁ ଯଜ୍ଞ କମିଟି 'ର ସଦସ୍ୟ ସୂର୍ଯ୍ୟକାନ୍ତ ନାଏକ, ସୂତାରାମ ନାଏକ, ଜନ୍ମେଜୟ ନାଏକ, ମହେନ୍ଦ୍ର ନାଏକ, ଅନ୍ତର୍ଯlମୀ ନାଏକ, ଅଲେଖ ଚନ୍ଦ୍ର ନାଏକ, ବସନ୍ତ ନାଏକ, ହେମନ୍ତ ନାଏକ, ରମାକାନ୍ତ ନାଏକ, କ୍ଷିତୀଶ ନାଏକ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

9
585 views

Comment