logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କିଶୋରନଗରରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ( ଭୟମୁକ୍ତ, ଚାପମୁକ୍ତ ଓ ଦେୟମୁକ୍ତ ଶିକ୍ଷା ପ୍ରତି ଅନୁରାଗ ସୃଷ୍ଟି ହେଉ )

ଅନୁଗୋଳ (କରୁଣାକର ନାୟକ )5/4
ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ , କିଶୋରନଗରଠାରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ , ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ପ୍ରଧାନ , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଲବ ପ୍ରଧାନ, ଧଉରାପାଲି ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ଦେହୁରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଦେହୁରୀ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଶିଶୁ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବା ନିମିତ୍ତ ସରକାରଙ୍କ ସମସ୍ତ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ଭୟମୁକ୍ତ, ଚାପମୁକ୍ତ ଓ ଦେୟମୁକ୍ତ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମନରେ ଅନୁରାଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଶିକ୍ଷକ ଭୈରବ କୁମାର ଦେହୁରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗୁଳୁ ଚରଣ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶିକ୍ଷକ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ବରେଣ୍ୟ ଅତିଥିମାନେ ନବାଗତ ଶିଶୁ ମାନଙ୍କୁ ବିଧିବଦ୍ଧ ଭାବେ ଖଡ଼ି ଛୁଆଁଇ ଥିଲେ । ଏହାକୁ ସୁପ୍ରଭା ସାହୁ , ବିନାୟକ ଦେହୁରୀ , ଚିନ୍ମୟୀ ମହାପାତ୍ର ଓ ପଙ୍କଜିନୀ ସାହୁ ଆଦି ଶିକ୍ଷକ - ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷା ସଚେତନତା ରଥକୁ ମୁଖ୍ୟ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଖେଳ ପରିସର , କଳା ଓ ସୃଜନାତ୍ମକ ପରିସର ଓ ଗଳ୍ପ କଥନ ପରିସର ପ୍ରଦର୍ଶିତ ହୋଇଥିଲା । ପ୍ରବୀଣ ନାୟକଙ୍କ ତତ୍ତ୍ୱାବଧାନରେ ମା ମାହେଶ୍ୱରୀ ପାଲା ଗାୟକ ସଙ୍ଘ ଶିକ୍ଷା ସଚେତନତା ଧର୍ମୀ ପାଲା ପରିବେଷଣ କରିଥିଲେ । ଉତ୍ସବରେ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଅଭିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ

100
1615 views

Comment