logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରିଷ୍ଠ ଶିକ୍ଷକ ଚନ୍ଦ୍ରକାନ୍ତ ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ, ଜୟପ୍ରକାଶ ଉଚ୍ଚ ବିଦ୍ୟାଳୟ,ଉପର ମାନିଆ, ସେମିଳିଗୁଡା,କୋରାପୁଟ।

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଦାମନଯୋଡି:- ୩/୪( ନି.ପ୍ର) ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂ ବ୍ରହ୍ମା ତସ୍ମଶ୍ରୀ ଗୁରୁଃବେ ନମଃ ।ବରିଷ୍ଠ ଶିକ୍ଷକ ଚନ୍ଦ୍ରକାନ୍ତ ନାୟକ(ନନ୍ଦ ସାର)ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଉପରମାନିଆ ସ୍ଥିତ ଜୟପ୍ରକାଶ ଉଚ୍ଚ ବିଦ୍ୟାଳୟର ଦୀର୍ଘ ୬ ବର୍ଷ ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ ଏବେ ୨୬ ବର୍ଷରୁ ଉର୍ଦ୍ଧ ସମୟ ଧରି ଉକ୍ତ ବିଦ୍ୟାଳୟ ରେ ଗଣିତ ଶିକ୍ଷକ ଭାବେ ଶିକ୍ଷକତା କରି ସମ୍ପୂର୍ଣ୍ଣ ବିଦ୍ୟାଳୟ ଏବଂ ଉପର ମାନିଆ, ତଳ ମାନିଆ ଅଂଚଳ ରେ ସୁନାମ ଅର୍ଜନ କରି ପାରିଛନ୍ତି । ଗତ ମାର୍ଚ୍ଚ ୩୧ତାରିଖରେ ୬୦ବର୍ଷ ପୂର୍ଣ୍ଣ ହୋଇଥିଲା ।ଶିକ୍ଷକଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ର ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ଉପସ୍ଥିତ ରହି ବିଦ୍ୟାଳୟ ସହିତ ତାଙ୍କର ପୁରୁଣା ସମ୍ପର୍କ ଥିବା କହିଥିଲେ । ଅନ୍ୟ ମାନଙ୍କ ଭିତରେ ସଦାଶିବ ବାରିକ, ପ୍ରଧାନଶିକ୍ଷକ ଅଶୋକ କୁମାର ପଟ୍ଟନାୟକ,ପୂର୍ବତନ ପ୍ରଧାନଶିକ୍ଷକ ଗତିକୃଷ୍ଣ ବାରିକ, ଡକ୍ଟର ଚିତ୍ତ ରଂଜନ ମିଶ୍ର, ବଳଭଦ୍ର ନାୟକ, ଅକ୍ଷୟ କୁମାର ସ୍ୱାଇଁ, ଜ୍ୟୋତି ରଂଜନ ନନ୍ଦ, ଡକ୍ଟର ରମେଶ ଚନ୍ଦ୍ର ଦାଶ, ଡକ୍ଟର ଅଶୋକ କୁମାର ମହାନ୍ତି, ନାୟକ ସାରଙ୍କ ଧର୍ମପତ୍ନୀ ଦୁଇ ଝିଅ ଓ ଜ୍ବାଇଁ ଏବଂ ଅନ୍ୟାନ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ.।ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ନନ୍ଦ ସାର ଙ୍କୁ ଲୋତକ ଭିଜା ଆଖିରେ ଅବସର କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ଅନୁଷ୍ଠାନ ପାଇଁ ସାରଙ୍କ ବଳିଷ୍ଠ ଅବଦାନ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ ।ନୃତ୍ଯ, ଗୀତ,ସଂଗୀତ ,ବକ୍ତବ୍ଯ ମାଧ୍ୟମରେ ଛାତ୍ରଛାତ୍ରୀ,ପୂର୍ବତନ ଛାତ୍ରଛାତ୍ରୀ,କୋରାପୁଟ ଜିଲ୍ଲାର ବିଭିନ୍ନ ହାଇସ୍କୁଲ ପ୍ରଧାନଶିକ୍ଷକମାନେ ଉପସ୍ଥିତ ରହି ଭାବ ଭକ୍ତିପୂର୍ଣ୍ଣ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚନ୍ଦ୍ରକାନ୍ତ ରଥ, ଧନେଶ୍ଵର ମହାପାତ୍ର, ଚୈତନ୍ଯ ପ୍ରସାଦ ନାୟକ, ସୀମାଞ୍ଚଳ ବାରିକ, ଭ୍ରମରବର ସାହୁ,ରଘୁନାଥ ଗୁଣ୍ଠା ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ବରିଷ୍ଠ ଶିକ୍ଷକ ଚନ୍ଦ୍ରକାନ୍ତ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
613 views

Comment