logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଙ୍ଗଲରେ ଗଛିତ ଥିବା ୩୧୨ କିଲୋ ଗଞ୍ଜେଇ ଜବତ କଲା ଓରକେଲ ପୋଲିସ

ମାଲକାନଗିରି,-3/4/26
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସକୁ ମିଳିଛି ସଫଳତା। ଚାଲାଣ ଉଦ୍ଦେଶ୍ୟରେ ଗଛିତ ଥିବା ୩୧୨ କିଲୋ ଗଞ୍ଜେଇ ଜବତ କଲା ଓରକେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଗଞ୍ଜେଇ ବାହାରକୁ ଚୋରା ଚାଲାଣ ନିମନ୍ତେ ଚାଲାଣକାରୀ ମାନେ ନୂଆଗୁଡା ଜଙ୍ଗଲର ଏକ ପରିତ୍ୟକ୍ତ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ରଖିଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ। ଏହାପରେ ଏସଡିପିଓ ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଟିମ ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ନୂଆଗୁଡା ଜଙ୍ଗଲରେ ତଲାସି ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ୨୬ଟି ବସ୍ତାରେ ୩୧୨ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ କୁ ଓଜନ କରାଯିବା ପରେ ଉକ୍ତ ଗଞ୍ଜେଇ କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ହରପ୍ରିୟା ଶବର କହିଛନ୍ତି। କେସ ନଂ ୯୨/୨୬ରେ ମାମଲା ରୁଜୁ ସହ ଜବତ ୩୧୨ କିଲୋ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

10
605 views

Comment