logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଡୁମୁଲୁଗୁମ୍ମା ସ୍ଥିତ ଡାରୱିନ ମେମୋରିଆଲ ଡିଗ୍ରୀ କଲେଜ ପରିସରରେ ଏକ ଭବ୍ୟ "ରାଜ୍ୟ ସ୍ତରୀୟ ଜନଜାତି ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

ମାଲକାନଗିରି:୦୩/୦୪:(ସନ୍ତୋଷ କୁମାର ପଣ୍ଡା):ଆଜି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ଡାରୱିନ ମେମୋରିଆଲ ଡିଗ୍ରୀ କଲେଜ ପରିସରରେ ଏକ ଭବ୍ୟ "ରାଜ୍ୟ ସ୍ତରୀୟ ଜନଜାତି ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ" ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜନଜାତି ବର୍ଗର ସ୍ୱେଚ୍ଛାସେବୀମାନଙ୍କୁ ଦକ୍ଷତା ବିକାଶ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା।କଲେଜର ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ୱେଚ୍ଛାସେବୀମାନେ ଏଥିରେ ଅଂଶଗ୍ରହଣ କରି ନିଜର ଅନୁଭୂତି ବାଣ୍ଟିଥିଲେ। ଜନଜାତି ସମ୍ପ୍ରଦାୟର ବିକାଶ ହିଁ ଜିଲ୍ଲା ତଥା ରାଜ୍ୟର ପ୍ରକୃତ ପ୍ରଗତି ବୋଲି ଜିଲ୍ଲାପାଳ, ମାଲକାନଗିରି କହିଥିଲେ I

1
211 views

Comment