ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ ପ୍ରକଳ୍ପ ଦାମନଯୋଡିରେ ମହାସମାରୋହରେ ଉତ୍କଳ ଦିବସ ପାଳିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୧/୪/୨୬
ନାଲକୋରେ ଉତ୍କଳ ଦିବସ ପାଳିତ
ଦାମନଯୋଡି:-୨/୪ ଦାମନଯୋଡି ନାଲକୋ ତରଫରୁ ୯୦ତମ ଉତ୍କଳ ଦିବସ ସମାରୋହ ପାଳିତ ହୋଇଥିଲା ।ଏଥିରେ କିଟ୍ ର ପ୍ରଫେସର ସର୍ବେଶ୍ଵର ମହାନ୍ତି ମୁଖ୍ଯ ଅତିଥି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଓଡ଼ିଆ ବିଭାଗର ପ୍ରଫେସର ଗଣେଶ୍ୱର ସାହୁ ମୁଖ୍ଯ ବକ୍ତା,ନାଲକୋର କାର୍ଯ୍ଯ ନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର ମିଶ୍ର, ପ୍ରୋଜେକ୍ଟ ଇଡି ଭି ଏସ ଏସ ଆନନ୍ଦ, ସମସ୍ତ ମୁଖ୍ଯ ମହାପ୍ରବନ୍ଧକ ଉପସ୍ଥିତ ଥିଲେ ।ଏହି ଅବସରରେ ନାଲକୋର ଉତ୍ପାଦନରେ ଉତ୍କର୍ଷତା ପାଇଁ ପୂର୍ବତନ ଇଡି ନିରଞ୍ଜନ ସାମଲ, ମୁଖ୍ଯ ମହାପ୍ରବନ୍ଧକ ଆଶିଷ ସେନାପତି,ଅନିଲ ସିଂହଙ୍କୁ ପୁରସ୍କୃତ କରାଯାଇଥିଲା ।ସେହିପରି ଚାରିଜଣ ମହିଳା କର୍ମଚାରୀ ଡଃ ସନ୍ଧ୍ଯାରାଣୀ, ମେଡିକାଲ ମୁଖ୍ଯ ଓ ଅନ୍ଯ ତିନିଜଣ ଅମ୍ରିତା କୁମାରୀ,ମଇନା ଦାମି, ପି ଲାମତାଙ୍କୁ ସମ୍ମାନୀତ କରାଯାଇଥିଲା ।ଏତଦ୍ ବ୍ଯତୀତ ନୃତ୍ଯ, ସଂଗୀତ ଗୁରୁ ସହିତ ନୃତ୍ଯ ସଂଗୀତରେ ଭାଗ ନେଇଥିବା କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସବୁବର୍ଷ ପରି ଚଳିତ ବର୍ଷ ମଧ୍ଯ ନାଲକୋ ୱଲଫେୟାର କମିଟିର କର୍ମକର୍ତ୍ତାମାନେ ସାହାଯ୍ଯ ଓ ସହଯୋଗ କରିଥିଲେ ।ନାଲକୋ ଅଡିଟୋରିୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନିର୍ମଳ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।