ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା l ଉଦ୍ୟମ
ମାଲକାନଗିରି; ୦୩/୦୪(ସନ୍ତୋଷ କୁମାର ପଣ୍ଡା):ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର 4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।