ବାର୍ଷିକ ଉତ୍ସବ ରୀତିନୀତି ଅନୁଯାୟୀ ପାଳିତ
ଭୂୟାଁ ରୋଇଡ଼ା ବାବା ରାମେଶ୍ଵର ଶିବ ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ।
ବାର୍ଷିକ ଉତ୍ସବ ରୀତିନୀତି ଅନୁଯାୟୀ ପାଳିତ
ଭୂୟାଁ ରୋଇଡ଼ା ବାବା ରାମେଶ୍ଵର ଶିବ ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ।
କେନ୍ଦୁଝର, : ୦୨|୦୪ ଭୂୟାଁରୋଇଡା ପଞ୍ଚାୟତ ରୋଇଡା ଗ୍ରାମର ବାବା ରାମେଶ୍ବର ଶିବ ମନ୍ଦିରର ୧୭ ତମ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ୩ ଦିନ ବ୍ୟାପୀ ଚାଲିବ ବୋଲି ବାବା ରାମେଶ୍ବର ମନ୍ଦିରର ସେବାୟତ ବୃନ୍ଦ ସୂଚନା ଦେଇଛନ୍ତି। ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ ସହ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ପ୍ରାତଃରେ ଏକ ଶୋଭାଯାତ୍ରାରେ ୧୦୮ ଜଣ ମହିଳା ଶ୍ରଦ୍ଧାଳୁ ସୁନା ନଦୀରୁ ପାଣି ଉଠାଇବା ପରେ ମନ୍ଦିର ନିକଟରେ ମହାଯଜ୍ଞ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ମାସ ୩୧ ତାରିଖରେ ଶ୍ରୀ ଶ୍ରୀ ବାବା ରାମେଶ୍ୱର ଶିବ ମନ୍ଦିରର ବାର୍ଷିକ ଉତ୍ସବ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସ ଏକ ଆଧ୍ୟାତ୍ମିକ ପରିବେଶ ଭିତରେ ଧୂମଧାମର ସହ ପାଳନ ହେଉଛି । ବୁଧବାର ଦିନ ପ୍ରାତଃ ସମୟରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଭୂୟାଁ ରୋଇଡା ପଞ୍ଚାୟତ ରୋଇଡା ଗ୍ରାମରେ ସ୍ଵର୍ଗତ ବିଶ୍ଵନାଥ ପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବାବା ରାମେଶ୍ଵର ମହାଦେବ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୦୦୪ ମସିହାରେ ଭୂମିପୂଜନ ହେବା ପରେ ୨୦୦୯ ମସିହାରେ ଠିକ୍ ଏହି ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ଶିବ ମନ୍ଦିର । ଆଉ ସେଇ ଦିନ ପାଖରୁ ବାବାଙ୍କ କୃପା ଓ ଅଲୌକିକ ଲୀଳାରୁ ଧୀରେ ଧୀରେ ଯୋଡି ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । ମନ୍ଦିର ସହ ଯୋଡ଼ି ହୋଇଛନ୍ତି ଶହ ଶହ ଭକ୍ତ । ସ୍ଥାନୀୟ ଭୂୟାଁ ରୋଇଡା ସରପଞ୍ଚ ତୁଳସୀ ବଳଙ୍ଗାଙ୍କ ନେତୃତ୍ୱରେ ବାବା ରାମେଶ୍ଵର ମନ୍ଦିରର ଏହି ବାର୍ଷିକ ଉତ୍ସବଟି ମନ୍ଦିରର ରୀତିନୀତି ଅନୁଯାୟୀ ପାଳିତ ହୋଇଥିଲା । ଯଜ୍ଞ ଆରମ୍ଭ ପୂର୍ବରୁ ୧୦୮ ଜଣ ମହିଳା କ୍ୟାଥହାଟିଂ ସୁନାନଦୀ ଘାଟରୁ ମନ୍ତ୍ର ଉଚ୍ଚାରଣ ପୂର୍ବକ କଳସୀରୁ ପାଣି ଉଠାଇ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ । ବ୍ରତଧାରୀ ଜଳ ଭରୀ କଳସୀ ସମୂହକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରି ପରବର୍ତୀ କାର୍ଯ୍ୟସୂଚୀ ଅନୁଯାୟୀ ମାଙ୍ଗଳିକ କାର୍ଯ୍ୟକ୍ରମ ସମୂହ ଅନୁଷ୍ଠିତ ହୋଇଥିଲା । ସନାତନ ପାତ୍ର ଓ ଗୀତା ପାତ୍ର କର୍ତ୍ତା ଭାବେ ଯଜ୍ଞାସ୍ଥଳରେ ବସି ପୂଜା କରିଥିଲେ । ବାର୍ଷିକ ଉତ୍ସବ ଲାଗି ଅଙ୍ଗୁରରୋପଣ,କଳସ ଯାତ୍ରା,ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ ଓ ହୋମଯଜ୍ଞ କରାଯାଇଥିବା ବେଳେ ଗୁରୁବାର ପୂର୍ଣ୍ଣାହୁତି ହେବ ବୋଲି କହିଛନ୍ତି ମନ୍ଦିର ସେବାୟତ । ମନ୍ଦିର ମୁଖ୍ୟ ସେବାୟତ ପର୍ଶୁରାମ ପଣ୍ଡାଙ୍କ ସହ ପରମେଶ୍ବର ପଣ୍ଡା,ଦୁର୍ଯ୍ୟୋଧନ ପଣ୍ଡା ,ଅମିତାଭ ପଣ୍ଡା ,ଏକାଦଶୀ ପଣ୍ଡା,କ୍ଷୀରୋଦ କୁମାର ପତି , ରଞ୍ଜିତ ତ୍ରିପାଠୀ ପ୍ରମୁଖ ସେବାୟତ ପୂଜାର୍ଚ୍ଚନା କରୁଛନ୍ତି। ୧୭ ତମ ବାର୍ଷିକ ଉତ୍ସବ ଅବସରରେ ସୂର୍ଯ୍ୟ ପୂଜା,ଗୁରୁ ପୂଜା,ଗୋ ପୂଜା, ଅଗ୍ନୀ ସ୍ଥାପନ, ରୁଦ୍ରା ଅଷ୍ଟାଧ୍ୟାଇ ପାଠ, ଗୁରୁବାର ଶିବ ସହସ୍ର ନାମ ଆହୂତି, ଗୀତା ପାଠ, ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି। ମନ୍ଦିର ବାର୍ଷିକ ଉତ୍ସବରେ ଶହ ଶହ ଶ୍ରଦ୍ଧାଳୁଙ୍କ ସହିତ ବହୁ ମାନ୍ୟଗଣ୍ୟ, ସମାଜସେବୀ, ବୁଦ୍ଧିଜୀଳୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ୩ ଦିନ ଧରି କାର୍ଯ୍ୟକ୍ରମ କରାଯାଇ ଥିବା ବେଳେ ଆସୁଥିବା ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମନ୍ଦିର ତରଫରୁ କରାଯାଇଛି । ଏହି ୧୭ ତମ ମନ୍ଦିର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ପାତ୍ର ଓ ଗ୍ରାମବାସୀ ପରିଚାଳନା କରୁଥିବା ଦେଖାଯାଇଥିଲା ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।