ଗାଳ୍ପିକ ଘନଶ୍ୟାମ ପଳେଇ ଙ୍କ ଗଳ୍ପ ସଂକଳନ "ମୁଠାଏ ଖୁସି" ଉନ୍ମୋଚିତ।
ଗାଳ୍ପିକ ଘନଶ୍ୟାମ ପଳେଇ ଙ୍କ ଗଳ୍ପ ସଂକଳନ "ମୁଠାଏ ଖୁସି" ଉନ୍ମୋଚିତ।
କୋଇଡା /ଟେନସା -୦୩/୦୪ (ଖଣ୍ଡାଧାର ନିଉଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଟେନସାରେ ଥିବା ନୀଳଚକ୍ର ଅନୁଷ୍ଠାନ ତରଫରୁ ଓଡ଼ିଶା ଦିବସ ପାଳିତ ହେବା ସହ ଲେଖକ ଘନଶ୍ୟାମ ପଲେଇଙ୍କ ଚତୁର୍ଥ ଗଳ୍ପ ସଙ୍କଳନ “ମୁଠାଏ ଖୁସି” ଉନ୍ମୋଚିତ ହୋଇଯାଇଛି । ସକାଳୁ ନୀଳଚକ୍ର କମିଟି ପକ୍ଷରୁ ଓଡ଼ିଶା ଗଠନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷ କବି ଉପେନ୍ଦ୍ର ଭଞ୍ଜ, ମଧୁସୂଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏକ ବିଶାଳ ସମାବେଶରେ ଟେନସା ସହର ପରିକ୍ରମା କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀରେ କମ୍ପି ଉଠିଥିଲା ସମଗ୍ର ଖଣି ଅଞ୍ଚଳ। ସନ୍ଧ୍ୟାରେ ଟେନସା ଶାରଳା ମନ୍ଦିର ନିକଟ ଖେଳ ପଡିଆଠାରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବରସୁଆଁ ଲୌହ ଖଣିର ଜିଏମ ପ.ସି ବରୁଆ,ମୁଖ୍ୟ ବକ୍ତାଭାବେ କଟକରୁ ଆଗତ ଡକ୍ଟର ଦୀପକ କୁମାର ମାହାନ୍ତ, ସମ୍ମାନିତ ଅତିଥିଭାବେ ଜି.ଭି. ପି.ଆର ଖଣିର ପ୍ରଶାସନ ବିଭାଗର ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ବିତ୍ତ ବିଭାଗର ମୁଖ୍ୟ ସତ୍ୟବ୍ରତ ରାଉତ, ନୀଳଚକ୍ରର ମୁଖ୍ୟ ଜୟଶଙ୍କର ପୂଜାରୀ ପ୍ରମୁଖ ଯୋଗଦେଇ ଓଡ଼ିଶା ଦିବସ ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଗାଳ୍ପିକ ଘନଶ୍ୟାମ ଙ୍କ ଗଳ୍ପ ସଂକଳନ "ମୁଠାଏ ଖୁସି " କୁ ଉନ୍ମୋଚନ କରିଥିଲେ l ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳ୍ୱନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ନୀଳଚକ୍ରର ସଭାପତି ଏ. ପି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦନ ଭଗବାନ ନାୟକ ମଞ୍ଚ ପରିଚାଳନା କରିଥିଲେ। ଟେନସା କଳାପରିଷଦ ଛାତ୍ରୀଛାତ୍ର ମାନେ ଓଡ଼ିଶୀ ନାଚ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯଶୋବନ୍ତ ବେହେରା, କୃପାସିନ୍ଧୁ ସାହୁ, ସମୀର କୁମାର ପାଢୀ ସରୋଜ ସାହୁ, ଘନଶ୍ୟାମ ପଲେଇ ପ୍ରମୁଖ ପରିଚାଳନା କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।