logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତାତିଲେ ମହିଳା ମଦ ବିକ୍ରି ରୋକିବା ଦାବିରେ ଅବକାରୀ ଥାନା ଘେରାଓ।

ତାତିଲେ ମହିଳା ମଦ ବିକ୍ରି ରୋକିବା ଦାବିରେ ଅବକାରୀ ଥାନା ଘେରାଓ।

ପାଟଣା-୦୨/୦୪ (ଖଣ୍ଡାଧାର ନିଉଜ) ପାଟଣା ବ୍ଲକ ଅଞ୍ଚଳରେ ବ୍ୟାପକ ଚୋରାମଦ ବିକ୍ରି ଦିନକୁ ଦିନ ବଢି ଚାଲିଛି। ଏନେଇ ଆଜି ସ୍ଥାନୀୟ ଆଖପାଖ ଅଞ୍ଚଳର ମହିଳା ମାନେ ତାତିଛନ୍ତି। ଏହି ଚୋରାମଦ ସଅଁରାପଶି, ମାଧପୁର ବଡ଼ପାଟଣା, ଟାଇଁସିରା, ଟାଙ୍ଗରପଡା ଓ ବାଦୁଡିଘେରା ଆଦି ଆଖପାଖ ଗ୍ରାମରେ ବ୍ୟାପକ ଭାବେ ମହୁଲି ମଦ ବିକ୍ରି ଯୋଗୁଁ ପରିବାର ମାନଙ୍କରେ ମହିଳା ମାନଙ୍କ ଅବସ୍ଥା ଶୋଚନୀୟ ହେଲାଣି। ପୁରୁଷ ଓ ଯୁବକ ମାନେ ଏହି ମଦ ପିଇ ନିଜ ରୋଜଗାର ସମସ୍ତ ପଇସା ଉଡାଉ ଥିବା ବେଳେ ପରିବାର କୁ ଅଣଦେଖା କରିବାରୁ ଘରେ ଯାବତୀୟ ସମସ୍ୟା ହେବା ସହିତ ଘରେ ଘରେ ଝଗଡାଝାଟି ହେଉଛି। ଏହା ଦିନକୁ ଦିନ ଅତ୍ଯଧିକ ବ୍ରୁଦ୍ଧି ହେଉଥିବାରୁ ଆଜି ସଂଗଠିତ ହୋଇ ଅନେକ ମହିଳାମାନେ ପାଟଣା ଅବକାରୀ ଥାନା ଘେରାଉ କରି ଅବକାରୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଆଖପାଖ ସମସ୍ତ ଗ୍ରାମରେ ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗ ରୋକ ନଲଗାଇଲେ ଅବକାରୀ ଥାନା ଘେରାଉ କରାଯିବା ସହ ଏଠାରେ ପାଟଣା କେନ୍ଦେଇ ପଶି ରାସ୍ତା ଅବରୋଧ କରିବା ସହ ଅହରାତ୍ର ଧାରଣା ଦିଆଯିବ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
971 views

Comment