ଭାଗବତ ପାରାୟଣ ଅବସରରେ ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ସମ୍ମେଳନ।
ଭାଗବତ ପାରାୟଣ ଅବସରରେ ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ସମ୍ମେଳନ।
ଘଟଗାଁ,୨/୪ : ସ୍ଥାନୀୟ ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ ଓ ଗ୍ରାମବାସୀଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ସାପ୍ତାହିକ ଭାଗବତ ପାରାୟଣର ଶେଷ ଦିବସରେ କେନ୍ଦୁଝର ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ଓ ବନ୍ଧୁ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି।
ଭାଗବତ ଟୁଙ୍ଗୀର ସଭାପତି ପଦ୍ମନାଭ ପଲେଇଙ୍କ ପୌରୋହିତ୍ୟରେ କେନ୍ଦୁଝର ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ଓ ବନ୍ଧୁ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲାର କିଆପଡା ଭାଗବତ ପ୍ରବଚକ ପଣ୍ଡିତ ଆଦିକନ୍ଦ ମହାକୁଡ଼, ସମ୍ମାନିତ ଅତିଥି ରୂପେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଂପାଦକ ଜଗନ୍ନାଥ ଜେନା, ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଜୟଦେବ ପଣ୍ଡା, ସମ୍ମାନିତ ବକ୍ତା ଭାବେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ପଣ୍ଡା ଯୋଗଦେଇ ଭାଗବତ ପଠନ, ଶ୍ରବଣ, ପୂଜନ ଓ ସତସଂଗ ର ଉପାଦେୟ ସଂପର୍କରେ ଏବଂ ଭାଗବତ ମହାତ୍ମ୍ୟ ଉପରେ ଆଲୋଚନା କରିଥିଲେ। ପ୍ରାତଃ ସମୟେ ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଗୁରୁ ପୂଜନ ଓ ଗୋ ମାତୃକାର ପୂଜନ ପରେ ପରେ ମଲ୍ଲୀପଶି ଜଗନ୍ନାଥ ମନ୍ଦିର ଭାଗବତ ଟୁଙ୍ଗୀ, କୁଣ୍ଡାପିଠା ନୂଆସାହି କୀର୍ତ୍ତନ ମଣ୍ଡଳୀ ଓ ସାନ୍ତରାପୁର ଖୁଣ୍ଟାପଡା ଭାଗବତ ଟୁଙ୍ଗୀ ଙ୍କ ଦ୍ବାରା ଭଜନ ଅର୍ଘ୍ୟ କରାଯାଇଥିଲା। ପ୍ରସାଦ ସେବନ ପରେ ପଣ୍ଡିତ ଅଭିଜିତ ପଣ୍ଡା ଓ ରବିନାରାୟଣ ପାଣିଙ୍କ ପୁରୋହିତ ରେ ସଂକଳ୍ପଧାରୀ ପଦ୍ମନାଭ ପଲେଇ, ଧର୍ମପତ୍ନୀ ଯଶୋଦା ପଲେଇ, ନକୁଳ ଚନ୍ଦ୍ର ପଲେଇ, ଧର୍ମପତ୍ନୀ ନିରୁପମା କବିଙ୍କ ଦ୍ବାରା ପୂର୍ଣ୍ଣାହୁତି କାର୍ଯ୍ଯ ସମାପନ କରାଯାଇଥିଲା। ଏହି ଅବସରରେ ଭକ୍ତ ତଥା ନିମନ୍ତ୍ରିତ ବନ୍ଧୁ ମାନଙ୍କୁ ପ୍ରସାଦ ସହ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ବଣ୍ଟନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ବାବୁଲାଲ ପଲେଇ ପରିଚାଳନା କରିଥିବାବେଳେ ନକୁଳ ଚନ୍ଦ୍ର ପଲେଇ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଜୟ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ। ଭାଗବତ ଟୁଙ୍ଗୀର ସଦସ୍ୟ ନରହରି ପଇଦା, ଶିବପ୍ରସାଦ ମହାକୁଡ଼, ପ୍ରଫୁଲ୍ଲ କୁମାର ପଲେଇ, ଅର୍ଜୁନ ଚରଣ ପଲେଇ, ରାଜେନ୍ଦ୍ର ପଲେଇ,ଲିଜା ପଲେଇ, ଭଜକୃଷ୍ଣ ପଇଦା, କଳାକର ପଲେଇ, ରଙ୍କନିଧି ପଇଦା, ବିଶ୍ବନାଥ ପଇଦା,ସାଧୁ ଚରଣ ନାଏକ, ରମେଶ ପ୍ରଧାନ, ଗୁରୁ ଚରଣ ପଲେଇ ଗୌତମ ମହାକୁଡ଼,ଭରତ ଚନ୍ଦ୍ର ପଲେଇ, ନରେନ୍ଦ୍ର କୁମାର ପଲେଇ, ପ୍ରଦୀପ କୁମାର ପଲେଇ, ଅଯୋଧ୍ୟା ପଲେଇ, ଯତିନ୍ଦ୍ର କୁମାର ପଲେଇ ଆଦି ପ୍ରମୁଖ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବାବୁଲାଲ ପଲେଇଙ୍କ ରିପୋର୍ଟ।