logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଫଳ, ସାର୍ଥକ, ଦକ୍ଷ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀ ଙ୍କୁ ସ୍ମୃତି ତର୍ପଣ।

ସଫଳ, ସାର୍ଥକ, ଦକ୍ଷ କଥାଶିଳ୍ପୀ ସଦାନନ୍ଦ ତ୍ରିପାଠୀ ଙ୍କୁ ସ୍ମୃତି ତର୍ପଣ
**************
ଭରତ ଚନ୍ଦ୍ର ପାତ୍ର
*********
ଓଡିଆ ଗଳ୍ପ ଜଗତର ସଫଳ କଥାକାର ସଦାନନ୍ଦ ତ୍ରିପାଠୀ ଙ୍କ ବିୟୋଗ ଖବର ହଠାତ୍ ଶୁଣି ମୁଁ ଚକିତ ଓ ମର୍ମାହତ ହେଲି ।
ତାଙ୍କୁ ବ୍ୟକ୍ତିଗତଭାବେ ଜାଣି ଥିବା ଓ ତାଙ୍କ ଗଳ୍ପ ପଢିଥିବା ସାରା ଓଡ଼ିଶା ର ପାଠକ ମାନେ ମଧ୍ୟ ଗଭୀର ଶୋକପ୍ରକାଶ କରୁଛନ୍ତି।
ମୋ ପାଇଁ ସଦାନନ୍ଦ ତ୍ରିପାଠୀ କେବଳ ସାର୍ଥକ ଗାଳ୍ପିକ ନ ଥିଲେ। ମୋର ଚାକିରୀ ଜୀବନ ରେ ସହକର୍ମୀ ଥିଲେ।
୧୯୯୦ ମସିହା ବେଳକୁ ରାଉରକେଲା ଷ୍ଟେଟବ୍ୟାଙ୍କ ରେ ୫ଵର୍ଷ କାର୍ଯ୍ୟ କାଳ ଭିତରେ ବନ୍ଧୁ ସଦାନନ୍ଦ ଙ୍କ ସହିତ ସ୍ୱାଭାବିକ ଭାବେ ଘନିଷ୍ଠତା ବଢିଥିଲା। ଯଦିଓ ସେତେବେଳେ ସଫଳ ଗାଳ୍ପିକ ଭାବେ ପରିଚିତି ହାସଲ କରିସାରିଲେଣି ତଥାପି ସେତେବେଳେ ପର୍ଯ୍ୟନ୍ତ ତାଙ୍କର ଗଳ୍ପ ସଂକଳନ ପ୍ରକାଶ ପାଇନଥିଲା। ଗଳ୍ପ ପୁସ୍ତକ ଛାପିବା ପାଇଁ ଏକଛତ୍ରଵାଦୀ କଟକିଆ ପୁସ୍ତକ ପ୍ରକାଶକଙ୍କ ପାଖକୁ ଦୋୖଡି ଦୋୖଡି ହତାଶା, ଭିତରେ ଥିଲେ ସଦାନନ୍ଦ..!
ଏହି ସଙ୍କଟ ସମୟରେ ବନ୍ଧୁତାର ହାତ ମୁଁ ଵଢାଇଥିଲି ।
ସେହିବର୍ଷ ମୋ ଆର୍ଥିକ ସହାୟତାରେ ଛପା ହେଲା ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ "ଅନ୍ୟ ଜଣେ ସଦାନନ୍ଦ ତ୍ରିପାଠୀ ଙ୍କ ମୃତ୍ୟୁ ପରେ"
ତାହା,ରାଉରକେଲା ର ଯୁବ କଵି ରାଜୀବ ପାଣି ଙ୍କ ସ୍ବସ୍ତି ପ୍ରେସ ରେ ଛପା ହେଲା। ତାପରେ ଆଇଏଏସ ଅଫିସର ତଥା ପ୍ରସିଦ୍ଧ କବି ରାଜେନ୍ଦ୍ରକିଶୋର ପଣ୍ଡାଙ୍କ ବର୍ଣ୍ଣମାଳା "ଅନୁଷ୍ଠାନ ଦ୍ୱାରା ସୂଚନା ଭବନ ରେ ଉନ୍ମୋଚିତ ହେଇଥିଲା। ସେଇ ପ୍ରଥମ ସଂକଳନ ର ଲୋକପ୍ରିୟତା ଓ ପାଠକ ଆଦୃତି ଦେଖି ପ୍ରକାଶକ ମାନେ ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟାନ୍ୟ ଗଳ୍ପ ସଂକଳନ ଆଗ୍ରହ ପ୍ରକାଶ କଲେ। ଏହିପରି ତାଙ୍କର ସାରସ୍ଵତ ଜୟଯାତ୍ରା ଆରମ୍ଭ ହେଇଥିଲା।
ଏଯାବତ୍, ତାଙ୍କ ର ପ୍ରାୟ ୧୫ଟି ରୁ ଉର୍ଦ୍ଧ ଗଳ୍ପ ସଂକଳନ ପ୍ରକାଶିତ ହେଇସାରିଛି ।
ତାଙ୍କ ଗଳ୍ପ ସଂକଳନ "ରଙ୍ଗନାଥ ଘଡ଼େଇ, "ସବୁକିଛି ପୂର୍ବ ନିର୍ଦ୍ଧାରିତ, ସତୀ, ଅର୍ଦ୍ଧାଙ୍ଗିନୀ, କବିର ସମୟ" ଇତ୍ୟାଦି ଗଳ୍ପ ସଙ୍କଳନ ମୋ ଆଲମିରା ରେ ସଦାନନ୍ଦ ଙ୍କ ସ୍ମୃତି ବହନ କରୁଛି।
ଦକ୍ଷ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ତାଙ୍କ କୃତି ଓ କୃତିତ୍ବ ପାଇଁ ଓଡ଼ିଶା ର ବହୁ ସାରସ୍ୱତ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ, ସମ୍ମାନିତ ହେଇଛନ୍ତି।
ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି।
ଗତ ଜାନୁୟାରୀ ମାସରେ କୋଡ଼ିଏ ଟି ନିର୍ବାଚିତ ଗଳ୍ପ କୁ ନେଇ ଦେଶାଚାର",ନାମକ ଗଳ୍ପ ସଂକଳନ ସମ୍ପାଦିତ କରିଥିଲେ। ଟାଇମ୍ ପାସ୍, ପ୍ରକାଶନ ମୁଖ୍ୟ ସରୋଜ ବଳ ତାଙ୍କ ଶ୍ରେଷ୍ଠ ଗଳ୍ପ କୁ ନେଇ ଏକ ସଂକଳନ ମଧ୍ୟ ଛାପିଛନ୍ତି।
ମୁଁ ରାଉରକେଲା ଛାଡ଼ିଲା ପରେ ମଧ୍ୟ ସଦାନନ୍ଦ ଙ୍କ ସହ ସଂପର୍କ ନିରବଚ୍ଛିନ୍ନ ରହିଥିଲା।
ମୁଁ ଭୂବନେଶ୍ୱର ରେ ଥିବାବେଳେ ମୋ ପ୍ରଥମ କବିତା ସଂକଳନ "ପଲ୍ଲବ"ତାଙ୍କ ରି ପରାମର୍ଶ ଓ ସହଯୋଗ ରେ ଟାଇମ୍ ପାସ୍ " ଦ୍ୱାରା ପ୍ରକାଶିତ ହେଇଥିଲା। ସେ ପୁସ୍ତକ ରେ ନିଜର ଚମତ୍କାର ମତାମତ ମଧ୍ୟ ପ୍ରକାଶ କରିଥିଲେ।
ଚାକିରି ରୁ ଅବସର ପରେ ସେ ଭୂଵନେଶ୍ୱର ରେ ରହୁଥିବା ନିଜ ଝିଅ ଘରେ ସେ ଅବସ୍ଥାନ କରୁଥିଲେ ଏବଂ ରାଜଧାନୀ ର ସାହିତ୍ୟି ସାଧନା ରେ ସକ୍ରିୟ ଥିଲେ। ସାରା ଓଡ଼ିଶା ଯାଉଥିଲେ। ମୋ ଅନୁରୋଧ ରକ୍ଷାକରି କେନ୍ଦୁଝର ର ଏକ ସାହିତ୍ୟ ଉସ୍ଛଵ କୁ ଅତିଥି ଭାବେ ସେ ଆସି ଯୋଗ ଦେଇଥିଲେ।
ବର୍ଷେ ହେଲା ଶାରୀରିକ ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ। କଥା କହିବା ବେଳେ କଷ୍ଟ ଅନୁଭବ କରୁଥିଲେ।ଶରୀର କ୍ଷୀଣ ଓ ଦୂର୍ଵଳ ହେଇଯାଇଥିଲା।
ଶେଷରେ, ଆଜି ଶେଷ ନିଃଶ୍ୱାସ ତ୍ୟାଗ କଲେ..!
ସେ ମୋଠାରୁ ଏକବର୍ଷ ବଡ଼ ଥିଲେ। ତାଙ୍କ ଭଳି ସମଵୟସ୍କ, ସମଧର୍ମୀ ଓ ସହକର୍ମୀ ବନ୍ଧୁ ଆକସ୍ମିକ ବିୟୋଗ ଖବର ଶୁଣି ମୁଁ ହତଵମ୍ବ ହେଲି,ବିଶ୍ୱାସ କରିପାରିଲି ନାହିଁ।
ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ଙ୍କୁ ତାଙ୍କର ବିପୁଳ ସୃଷ୍ଟି ସମ୍ଭାର,ଓ ଚମତ୍କାର ହୃଦୟ ଛୁଇଁଲା ଗଳ୍ପ ସବୁ
ଅମର କରି ରଖିବ।
ତାଙ୍କ ଆତ୍ମା ସ୍ୱର୍ଗରେ ସ୍ଥାନ ପାଇବାକୁ ହକଦାର।
ଏହି ଶୋକାର୍ତ୍ତ ମୂହୁର୍ତ୍ତ ରେ ତାଙ୍କ ପତ୍ନୀ ଓ ଝିଅ ଙ୍କୁ ମୋର ହୃଦୟ ରୁ ସମବେଦନା ଜଣାଉଛି।
**********""*****
ଅବସରପ୍ରାପ୍ତ, ଷ୍ଟେଟ ବ୍ୟାଙ୍କ ଅଧିକାରୀ,
ପାର୍କ ରୋଡ଼,କେନ୍ଦୁଝରଗଡ -୭୫୮୦୦୧
***************
ସୌଜନ୍ୟ ଖଣ୍ଡାଧାର ନିଉଜ।

6
813 views

Comment