logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଲୋଡ଼ା ଶବର ସାରଥି ସାଜିଛି ଭରସା ପରିବାର ଟ୍ରଷ୍ଟ।

ଅଲୋଡ଼ା ଶବର ସାରଥି ସାଜିଛି ଭରସା ପରିବାର ଟ୍ରଷ୍ଟ।

କେନ୍ଦୁଝର -୦୨/୦୪(ଖଣ୍ଡାଧାର ନିଉଜ) କେନ୍ଦୁଝର ମୁଖ୍ୟାଳୟ ମଣ୍ଡୁଆର ମୁଣ୍ଡା ସାହିର ତୁଳସୀ ମୁଣ୍ଡା ନାମକ ବୃଦ୍ଧାକୁ ସମ୍ମାନପୂର୍ବକ ଶବସତ୍କାର କରିଛନ୍ତି କେନ୍ଦୁଝରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଭରସା ପରିବାର ଟ୍ରଷ୍ଟର କର୍ମକର୍ତ୍ତା। ସକାଳୁ ବୃଦ୍ଧା ଜଣକଙ୍କ ସ୍ୱାଭାବିକ ମୃତ୍ୟୁ ଘଟିଥିଲା। ଶବସତ୍କାର ପାଇଁ ତାଙ୍କର କେହି ଆତ୍ମୀୟ ନଥିବାରୁ ଶବ ପଡ଼ି ରହିଥିବା କଥା ମଣ୍ଡୁଆର ବୁଦ୍ଧିଜୀବୀ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତଙ୍କୁ ଜଣାଇଥିଲେ। ସଭାପତି ଶ୍ରୀ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପିକଅପ ଯୋଗେ ଶବକୁ ମଣ୍ଡୁଆରୁ ଧାଙ୍ଗରପଡାସ୍ଥିତ ଆଦର୍ଶ ଶ୍ମଶାନକୁ ଅଣାଯାଇଥିଲା। ଶବକୁ ଆଣିବା ସହିତ ଶବସତ୍କାର କାର୍ଯ୍ୟରେ ଟ୍ରଷ୍ଟର କର୍ମକର୍ତ୍ତା ସେକ ତହିଦ, ଗୌତ୍ତମ ଦାସ, କରଣ ରାୟ, ଶ୍ରୀତମ ପାତ୍ର, ରୁଦ୍ରନାରାୟଣ ନାଏକ, ପ୍ରେମ ନାଏକ, ଶିବୁ ସେନ, ଅମନ ହାସମୀ ଓ ଶ୍ମଶାନ ରକ୍ଷକ ସିଦ୍ଧେଶ୍ୱର ନାଏକ ପ୍ରମୁଖ ସହଯୋଗ କରିଥିଲେ। ଏପର୍ଯ୍ୟନ୍ତ ୧୬୪ ଅଲୋଡ଼ା ଶବସତ୍କାର କରି ପ୍ରଶଂସା ସାଉଣ୍ଟୁଛି ଭରସା ପରିବାର ଟ୍ରଷ୍ଟ। କେବଳ ଶବସତ୍କାର ନୁହେଁ ଜରୁରୀକାଳୀନ ରକ୍ତଦାନ, ବୃକ୍ଷରୋପଣ ବଳକା ଖାଦ୍ୟ ବଣ୍ଟନ, ବସ୍ତ୍ରବଣ୍ଟନ, ଶିକ୍ଷା ଉପକରଣ ବଣ୍ଟନ, ଶୁଦ୍ଧିକ୍ରିୟା ସହାୟତା ଭଳି ସେବା କାର୍ଯ୍ୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭରସା ପରିବାର। ସଭାପତି ଶ୍ରୀ ମହାନ୍ତ ସାମାଜିକ କାର୍ଯ୍ୟରେ ଜଡିତ ହେବା ପାଇଁ ଯୁବସମାଜକୁ ଆହ୍ୱାନ କରିଛନ୍ତି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

10
1454 views

Comment