logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୂଆପଡା ଜିଲ୍ଲାର ଅଦୂକା ଯେ!ଯନ ର ବୈଠକ

ନୂଆପଡ଼ରେ ‘ଅଦ୍ୱିକା’ ଯୋଜନାରେ କିଶୋର-କିଶୋରୀଙ୍କ ଅନ୍ତ ଜିଲ୍ଲା ଏକ୍ସପୋଜର ଭ୍ରମଣ

ନୁଆପଡା, ତା. ୦୨.୦୪

ନୁଆପଡା ଜିଲ୍ଲାରେ ମହିଳା ସଶକ୍ତିକରଣ ଓ କିଶୋର-କିଶୋରୀମାନଙ୍କ ସମଗ୍ର ବିକାଶକୁ ଲକ୍ଷ୍ୟ କରି ‘ଅଦ୍ୱିକା’ ଯୋଜନା ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର, ନୁଆପଡା ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କିଶୋର ଓ କିଶୋରୀମାନେ ଅଂଶଗ୍ରହଣ କରିଥିଲେ। ଭ୍ରମଣ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାର କାର୍ଯ୍ୟପ୍ରଣାଳୀ, ସେବା ପ୍ରଦାନ ପ୍ରଣାଳୀ ଓ ପ୍ରଶାସନିକ ବ୍ୟବସ୍ଥା ବିଷୟରେ ପ୍ରାୟୋଗିକ ଅନୁଭବ ଦିଆଯାଇଥିଲା।

କାର୍ଯ୍ୟକ୍ରମର ଅଂଶ ଭାବେ କିଶୋର-କିଶୋରୀମାନେ ଜିଲ୍ଲାପାଳ ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ଆମ୍ରିତପାଲ ସିଂ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ ଗୀତଙ୍କ ସହ ଭେଟି ଆଲୋଚନା କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଶିକ୍ଷାର ଗୁରୁତ୍ୱ, ଲକ୍ଷ୍ୟପ୍ରତି ସଙ୍କଳ୍ପ ଓ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ପ୍ରେରଣାଦାୟକ ଉପଦେଶ ଦେଇ ସେମାନଙ୍କୁ ଭବିଷ୍ୟତରେ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ିଉଠିବାକୁ ପ୍ରେରିତ କରିଥିଲେ।

ଭ୍ରମଣ ସମୟରେ ସେମାନେ ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା ନ୍ୟାୟାଳୟ, ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ପଲିଟେକ୍ନିକ୍ ଓ ଜିଲ୍ଲା ପୋଷ୍ଟ ଅଫିସ୍‌ ପରିଦର୍ଶନ କରିଥିଲେ। ପ୍ରତ୍ୟେକ ସଂସ୍ଥାରେ ସମ୍ପର୍କିତ ଅଧିକାରୀମାନେ ସେମାନଙ୍କୁ ବିଭାଗର କାର୍ଯ୍ୟ, ଦାୟିତ୍ୱ ଓ ଲୋକସେବା ବିଷୟରେ ତଥ୍ୟ ଦେଇଥିଲେ।

ଜିଲ୍ଲା ନ୍ୟାୟାଳୟରେ ନ୍ୟାୟ ପ୍ରଣାଳୀ ଓ ଆଇନ ଶୃଙ୍ଖଳା ବିଷୟରେ ଅବଗତ କରାଯାଇଥିବାବେଳେ, ପୋଲିସ୍ କାର୍ଯ୍ୟାଳୟରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାରେ ପୋଲିସ୍ ବିଭାଗର ଭୂମିକା ସମ୍ପର୍କରେ ଜଣାଯାଇଥିଲା। ଏହି ସମୟରେ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂହ ଉପସ୍ଥିତ ରହି କିଶୋର-କିଶୋରୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଧୈର୍ଯ୍ୟ ଓ ନିୟମିତ ପ୍ରୟାସର ମାଧ୍ୟମରେ ଜୀବନରେ ସଫଳତା ଅର୍ଜନ କରିବାକୁ ପ୍ରେରିତ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଓ ସରକାରୀ ଯୋଜନା ବିଷୟରେ ସଚେତନତା, ପଲିଟେକ୍ନିକ୍‌ରେ ବୃତ୍ତିମୂଳକ ଶିକ୍ଷା ଓ ଦକ୍ଷତା ବିକାଶ ସମ୍ପର୍କିତ ତଥ୍ୟ ଓ ପୋଷ୍ଟ ଅଫିସ୍‌ରେ ଡାକ ଓ ଆର୍ଥିକ ସେବା ବିଷୟରେ ଜଣାଯାଇଥିଲା।

ଏହି ଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ କିଶୋର-କିଶୋରୀମାନଙ୍କୁ ସରକାରୀ ସଂସ୍ଥାର ଗଠନ ଓ କାର୍ଯ୍ୟପ୍ରଣାଳୀ ସହ ପରିଚିତ କରାଇବା ସହିତ ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ନେତୃତ୍ୱ କ୍ଷମତା ଓ ସାମାଜିକ ଜାଗୃକତା ବୃଦ୍ଧି କରିବା।

ଶେଷରେ, କାର୍ଯ୍ୟକ୍ରମର ସମନ୍ୱୟ ଓ ସଫଳ ପରିଚାଳନାରେ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଳା, ଜିଲ୍ଲା ମିଶନ ସଂଯୋଜକ ଆଶିଷ ରଞ୍ଜନ ଖମାରୀଙ୍କ ସହ ନାରଦ ଛତର, ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରମାକାନ୍ତ ସେଠୀ, ରାକେଶ ନାଗ, ସୁମିତ ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

0
67 views

Comment