logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା'କଣ୍ଟାବାଉଁଶୁଣୀଙ୍କ ଚୈତ୍ର ପର୍ବ ପାଳିତ

ଦାମନଯୋଡ଼ି,୦୨/୦୪:ଦାମନଯୋଡ଼ିର ଆରାଧ୍ୟା ଦେବୀ ମା' କଣ୍ଟାବାଉଁଶୁଣୀଙ୍କ ଚୈତ୍ର ପର୍ବ ମଙ୍ଗଳବାର ପାଳିତ ହୋଇଯାଇଛି।ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମୀ ନିକଟବର୍ତ୍ତୀ ମଙ୍ଗଳବାର ଦିନ ମା'ଙ୍କର ଏହି ପର୍ବ ପାଳିତ ହୋଇଥାଏ।ସକାଳ ଠାରୁ ମା'ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।ଅପରାହ୍ନରେ ମା'ଙ୍କ ବାପଘର ଥିବା ଗାଁ ସିନ୍ଧିପାର ସହିତ କଣ୍ଟାଗୁଡା,ଗାଦିପାବିଲି ଓ ଡୁମୁରିଗୁଡାର ଗ୍ରାମବାସୀ ମା'ଙ୍କ ପୀଠକୁ ଆସି ସ୍ଵତନ୍ତ୍ର ପୂଜା ନୀତି କରିଥିଲେ।ଆସିବା ବାଟରେ ନିକଟବର୍ତ୍ତୀ ପାହାଡ଼ରେ ଥିବା ବୁଢ଼ା ରାଜାଙ୍କୁ ପୂଜାର୍ଚ୍ଚନା କରିଥିଲେ।ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମା'ଙ୍କ ପୀଠରେ ପାରମ୍ପରିକ ବାଦ୍ୟ ସହିତ ନାଚ ଗୀତ ଲାଗି ରହିଥିଲା।ପାରମ୍ପରିକ ଗୀତ ନାଚ ଓ ବାଦ୍ୟ ମା'ଙ୍କ ପୀଠକୁ ଅତ୍ୟନ୍ତ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା।ଗୁରୁମାଇଙ୍କ ସହ ପୁରୋଧା ରାମ ମୁଦୁଲି,ଗୋପୀ ମୁଦୁଲି, ଗୋପୀ ସାଉନ୍ତା ପ୍ରମୁଖଙ୍କ ସମେତ ନିୟମିତ ପୂଜକ ଅର୍ଜୁନ ଦାମି,ବାସୁ ବଡ଼ନାୟକ ପୂଜା ନୀତି କରିଥିଲେ।ମା'କଣ୍ଟାବାଉଁଶୁଣୀ ସେବାୟତ ମଣ୍ଡଳୀ ସଭାପତି ଜେ.କେ.ନାହାକ,ସମ୍ପାଦକ କୃତିବାସ ରାଜୁ,କୋଷାଧ୍ୟକ୍ଷ ଆର.ଏନ.ମୁଦୁଲି ଓ ସାଂଗଠନିକ ସମ୍ପାଦକ ଲୋକନାଥ କୁଳଦୀପଙ୍କ ସହ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

100
2763 views

Comment