logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦେଶର ପ୍ରଥମ ଡିଜିଟାଲ ସ୍ଵଗଣନା ପ୍ରକ୍ରିୟା ଆରମ୍ଭ : ଦେବଗଡ଼ର ୩ଟି ବ୍ଲକ୍‌ରେ ପାଇଲଟ୍ ପ୍ରୟୋଗ

ଦେବଗଡ଼, ତା ୦୨/୦୪/୨୦୨୬ ରିଖ:- ଦେଶର ପ୍ରଥମ ଡିଜିଟାଲ ସ୍ଵଗଣନା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ଦେବଗଡ଼ ଜିଲ୍ଲାର ବାରକୋଟ, ରିଆମାଳ ଓ ତିଲେଇବଣି ବ୍ଲକ୍‌ରେ ଏହାର କାର୍ଯ୍ୟନ୍ବୟନ ଆରମ୍ଭ କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜିଟାଲ ସ୍ଵଗଣନା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ, ଅର୍ଥାତ୍ ଗୃହ ତାଲିକା ଓ ଗୃହ ଗଣନା, ଏପ୍ରିଲ ୧ ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ନାଗରିକମାନେ ସରକାରୀ ଜନଗଣନା ୱେବସାଇଟ୍ ପରିଦର୍ଶନ କରି ସେଲ୍ଫ ଏନ୍ୟୁମେରେସନ (SE) ଆଇଡି ପ୍ରାପ୍ତ କରିପାରିବେ।ପ୍ରଥମ ଥର ପାଇଁ ଦେଶରେ ଏହି ଜନଗଣନା ପ୍ରକ୍ରିୟା ପୂରାପୁରି ଡିଜିଟାଲ ମାଧ୍ୟମରେ କରାଯାଉଛି। ଏଥିରେ ଜନଗଣନା ଅଧିକାରୀମାନେ ଘରେ ଘରେ ଯାଇ ମୋବାଇଲ୍ ଆପ୍‌ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ ଏବଂ ସମସ୍ତ ତଥ୍ୟ ସଠିକ୍ ଭାବରେ ନିବନ୍ଧିତ କରିବେ।ଆଜି ବାରକୋଟ ବ୍ଲକ୍‌ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ବରିହା, ତହସିଲଦାର ରବିନ୍ଦ୍ର ସାମଲ, ଅତିରିକ୍ତ ତହସିଲଦାର ୱାଶିମ୍ ଅହମଦ୍ ଓ ଡିଷ୍ଟ୍ରିକ୍ଟ କୋଅର୍ଡିନେଟରଙ୍କ ସହ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ବ୍ଲକ୍ ଅଧ୍ୟକ୍ଷ ପୁଷ୍ପାଞ୍ଜଳି ପାତ୍ରଙ୍କ ଘରକୁ ଯାଇ ସ୍ଵଗଣନା କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଦିଆଯାଇଥିଲା।ଏହି ପଦକ୍ଷେପ ଫଳରେ ନାଗରିକମାନେ ସ୍ମାର୍ଟଫୋନ୍ ଓ ଲାପଟପ୍‌ ମାଧ୍ୟମରେ ସରକାରୀ ୱେବସାଇଟ୍‌ରେ ପ୍ରବେଶ କରି ନିଜେ ନିଜର ତଥ୍ୟ ଭରଣ କରିପାରିବେ। ଏହି ସୁବିଧା ଏପ୍ରିଲ ୧୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।

9
447 views

Comment