logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଆ ପକ୍ଷ ଦ୍ୱିତୀୟ ଦିବସରେ ପାରମ୍ପାରିକ ପୋଷାକ ପରିଧାନ ଦିବସ ପାଳିତ: “ଆମ ପୋଷାକ ଆମ ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଦେବଗଡ଼, ତା ୦୨/୦୪/୨୦୨୬ ରିଖ :- ଓଡ଼ିଆ ପକ୍ଷ ଉପଲକ୍ଷେ ଦ୍ୱିତୀୟ ଦିବସରେ ପାରମ୍ପାରିକ ପୋଷାକ ପରିଧାନ ଦିବସକୁ ଉତ୍ସାହ ଓ ଗର୍ବର ସହିତ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି।
ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ “ଆମ ପୋଷାକ ଆମ ପରିଚୟ” ଶୀର୍ଷକରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ଯୋଗଦେଇଥିବା ବେଳେ, ବରୋଣ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶିଶିର କୁମାର ପୁହାଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସୁରତୀ ପ୍ରଧାନ, ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ) ଶ୍ରୀ ସୁଧାଂଶୁ ମୋହନ ବିଶ୍ବାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ଉପସ୍ଥିତ ଥିଲେ।
ଅତିଥିମାନେ ପାରମ୍ପାରିକ ପୋଷାକର ଗୁରୁତ୍ୱ ଓ ଓଡ଼ିଆ ପରିଚୟରେ ଏହାର ଭୂମିକା ବିଷୟରେ ନିଜ ମତ ପ୍ରକାଶ କରିଥିଲେ। ସେମାନେ “ଆମ ପୋଷାକ ଆମ ପରିଚୟ” ଭାବନାକୁ ଆଗକୁ ବଢ଼ାଇବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ଏହି ଅବସରରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ସମ୍ବଲପୁରୀ ପରମ୍ପରାଗତ ପୋଷାକ ପରିଧାନ କରି ଅଭିଯାନରେ ସକ୍ରିୟ ଭାଗ ନେଇଥିଲେ, ଯାହା ଓଡ଼ିଆ ସଂସ୍କୃତି ପ୍ରତି ସମ୍ମାନକୁ ପ୍ରକାଶ କରିଥିଲା।
କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀମତୀ ଅଞ୍ଜୁନି କୁଜୁର, ଏଜଲିନ ବାରା, ପ୍ରିୟା ତିର୍କି, ସହକାରୀ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଗୁରୁ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରିତିକାନ୍ତ ଶୁକ୍ଳା ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।

14
502 views

Comment