logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭେଜାପୁଟରେ ଦଣ୍ଡନାଚ ଓ ନାଟକ ମଞ୍ଚସ୍ଥ

ଦାମନଯୋଡ଼ି,୦୨/୦୪:ଭେଜାପୁଟ ବଜାର ସ୍ଥିତ ଶ୍ରୀଶ୍ରୀ ସିଦ୍ଧେଶ୍ୱର ମନ୍ଦିର ସମ୍ମୁଖରେ ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଦଣ୍ଡନାଚ ଅନୁଷ୍ଠିତ ହୋଇଯାଇଛି।ମାଥାଲପୁଟ ସ୍ଥିତ ମା'ରୁଦ୍ରକାଳୀ ଦଣ୍ଡନାଚ ଦଳ ମାଥାଲପୁଟ ସ୍ଥିତ ମାଆ ଦଣ୍ଡକାଳୀ ମନ୍ଦିରରୁ ପାଟ ଦଣ୍ଡୁଆ,କାଳିସୀ ପ୍ରମୁଖ ଆଜ୍ଞାମାଳ ନେଇ ଢୋଲ,ଘଣ୍ଟ,କାହାଳୀ ଆଦି ପାରମ୍ପରିକ ବାଦ୍ୟ ବଜାଇ ଶୋଭାଯାତ୍ରାରେ ଆସି ନାଚ ପରିବେଷଣ କରିଥିଲେ।ସକାଳୁ ପ୍ରଥମେ ବଟବୃକ୍ଷ ମୂଳକୁ ଶୁଦ୍ଧ କରାଯାଇ ଶୁଭ ଖୁଣ୍ଟି ସ୍ଥାପନ ପରେ ମା'ଙ୍କୁ ବରଣ କରି ସେଠାରେ ଆସୀନ କରାଯାଇ ବନ୍ଦନା କରାଯାଇଥିଲା।ଖରାବେଳେ ଧୂଳିଦଣ୍ଡ ଓ ଅପରାହ୍ନରେ ମରିଚମାଳ ନଦୀରେ ପାଣିଦଣ୍ଡ ନୀତି ଅନୁଷ୍ଠିତ ହୋଇଥିଲା।ସେହିପର ରାତ୍ରିରେ ଅଗ୍ନିଦଣ୍ଡ ନୀତି ହୋଇଥିଲା।ଦଣ୍ଡ ମାନସିକଧାରୀ ମାନେ ବିଭିନ୍ନ ପାରମ୍ପାରିକ ବାଜା ବଜାଇ ନୃତ୍ୟ ଗୀତ ପରିବେଷଣ କରିଥିଲେ।ମାମି ପଣ୍ଡାଙ୍କ ନେତୃତ୍ବରେ ମାନସିକଧାରୀ ନାଚ ପରିବେଷଣ କରିଥିଲେ।ପାଟ୍ଟ ଦଣ୍ଡୁଆ ଜଗନ୍ନାଥ ସାହୁ,କାଳିସୀ ମଦନ ମୋହନ ଦାଶ ଓ ସଞ୍ଜୟ କୁମାର ପଣ୍ଡାଙ୍କ ସହିତ ରଞ୍ଜନ କୁମାର ସେଠୀ ଏବଂ ନାରାୟଣ ମହାନ୍ତି ଓ ଅନ୍ୟ ମାନସିକଧାରୀ ନାଚରେ ଭାଗ ନେଇଥିଲେ।ଭବାନୀ ଶଙ୍କର ହୋତା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ରାତ୍ରୀରେ ଅଗ୍ନିଦଣ୍ଡ ନୀତି ପରେ ଗଞ୍ଜାମ ଜିଲ୍ଲାର ଟିକରପଡ଼ାରୁ ଆସିଥିବା ମହାବୀର ନାଟ୍ୟ କଳା ସଂସଦ ଭାରତ ଲୀଳା ପରିବେଷଣ କରିଥିଲେ।ନାଟ୍ୟ ମାଷ୍ଟର ରଞ୍ଜନ ସାହୁଙ୍କ ନିର୍ଦ୍ଦେଶନାରେ ନାଟକ ପରିବେଷିତ ହୋଇଥିଲା।ଶ୍ରୀଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି ଓ ଶ୍ରୀ ସିଦ୍ଧେଶ୍ଵର ବଜାର କମିଟି ଓ ଗ୍ରାମବାସୀ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

63
1907 views

Comment