logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

SBI ମାଲକାନଗିରି ମୁଖ୍ୟ ଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ.

SBI ମାଲକାନଗିରି ମୁଖ୍ୟ ଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ.

ମାଲକାନଗିରି 02/04/26

ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ 10 ଲକ୍ଷ ଟଙ୍କା ର cheque ପ୍ରଦାନ କରା ଯାଇଛି. ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ H, ଶ୍ରୀମତୀ କସ୍ତୁରୀ ସେଠି ସ୍ୱାମୀ ସ୍ବର୍ଗତ ଲୋକନାଥ ସେଠି କୁ ପ୍ରଦାନ କରିଥିଲେ.

ପ୍ରକାଶ ଥାଉ କି ସ୍ବର୍ଗତ ଲୋକନାଥ ସେଠି ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ ପାକ୍ଗେଜ ରେ ଦରମା ଖାତା ଖୋଲିଥିଲେ. ସେଥିପାଇଁ ତାଙ୍କ ମୂତ୍ୟୁ ପରେ ଶ୍ରୀମତୀ ସେଠି ଙ୍କୁ 10 ଲକ୍ଷ ଟଙ୍କା ବୀମା ରାଶି ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରଦାନ କରାଗଲା.


ବର୍ତମାନ ଷ୍ଟେଟ ବ୍ୟାଙ୍କରେ ପୋଲିସ ସାଲାରୀ ପାକ୍ଗେଜ ଅଧିନରେ ଖାତା ଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 1କୋଟି 10 ଲକ୍ଷ ଏବଂ ସାଧାରଣ ମୃତ୍ୟୁ ପାଇଁ 10 ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରା ଯାଉଛି.

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଶ୍ରୀ ବିନୋଦ କୁମାର ବିଷୋୟୀ ଏବଂ ସହ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ ଆୟୋଜନ କରିଥିଲେ, କ୍ଷେତ୍ର ଅଧିକାରୀ ସୌମ୍ୟ ରଞ୍ଜନ ବେହେରା ଏବଂ ପୋଲିସ ଆଶ୍ସୋସିଏସନ ସଭାପତି ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିଥିଲେ.

39
1726 views

Comment