ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲି ବରପାଲିରେ ଶେଷ ବର୍ଷ ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ବରପାଲି ,ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଶେଷ ବର୍ଷ ଛାତ୍ରୀ ମାନଙ୍କର ବିଦାୟ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ଅତିଥି ସ୍ବାଗତ ସହ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ବରପାଲି ତହସିଲଦାର ରୁକ୍ମଣ ମେହେର,ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରକୃତି ବନ୍ଧୁ ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଅନେକ କିଛି ଦିଗଦର୍ଶନ ପ୍ରଦାନ କରିଥିଲେ। ବିଘ୍ନ ବିନାଶକ ଶ୍ରୀ ଗଜାନନଙ୍କ ପାଖରେ ଦ୍ବୀପ ପ୍ରଜ୍ବଳନ ହେବା ସହ ସ୍ବାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା ।ଅଧ୍ୟାପିକା ପିଙ୍କି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।। ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ନେପାଲ ବିଶ୍ଵାଲ, ସାର୍ଥକ ପାଣିଗ୍ରାହୀ,ଶଶାଙ୍କ ଶେଖର ପଧାନ
ଅଧ୍ୟାପିକା ଜ୍ୟୋତି ସାହୁ,ମନୀଷା ଭୋଇ,ଶୋଭାବତୀ ଥପା,ପୁନମ୍ ସାହୁ,ସସ୍ମିତା ମେହେର,ପରିଣିତା ପଧାନ, ଯାଜ୍ଞସେନି ପଟେଲ,
ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ। ପ୍ରାରମ୍ଭିକ ସଭାକାର୍ଯ୍ୟ ନିୟମାନୁସାରେ ହେଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।