କେନ୍ଦୁଝର ଜିଲ୍ଲା ପ୍ରଶାସନ ରୋଷେଇ ଗ୍ୟାସ୍ ଯୋଗାଇଦେବାକୁ ଅସମର୍ଥ, ଉପଭୋକ୍ତା ହନ୍ତସନ୍ତ!
କେନ୍ଦୁଝର ଜିଲ୍ଲା ପ୍ରଶାସନ ରୋଷେଇ ଗ୍ୟାସ୍ ଯୋଗାଇଦେବାକୁ ଅସମର୍ଥ, ଉପଭୋକ୍ତା ହନ୍ତସନ୍ତ!
କେନ୍ଦୁଝର:୦୨/୦୪, (ଖଣ୍ଡାଧାର ନିଉଜ) ଉପଭୋକ୍ତା ମାନଙ୍କର ମତାମତରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦୁଝର ଜିଲ୍ଲା ପ୍ରଶାସନ ରୋଷେଇ ଗ୍ୟାସ୍ ଯୋଗାଇଦେବାକୁ ଅସମର୍ଥ ହୋଇଥିବା ଭଳି ଜଣାପଡୁଛି! ଉପଭୋକ୍ତା ଗ୍ୟାସ୍ ବୁକିଂ କଲାପରେ ମଧ୍ଯ ତାଙ୍କର ବୁକିଂ ହେଇଥିବାର ସୂଚନା ମିଳୁନାହିଁ। ଏପରିକି ମୋବାଇଲ୍ ମେସେଜ୍ ରେ ବୁକିଂ କନଫରମେସନ୍ ଦିଆଯାଉନଥିବା ଏବଂ ଉପଭୋକ୍ତା ମାନଙ୍କୁ ସଠିକ୍ ସୂଚନା ମିଳୁନାହିଁ। ଯାହାଫଳରେ ଉପଭୋକ୍ତା ମାନେ ବାଧ୍ୟବାଧକତାରେ କେନ୍ଦୁଝର ସହର ସନ୍ନିକଟ ଶଙ୍କରପୁର ସ୍ଥିତ ଗ୍ୟାସ୍ ଗୋଦାମରେ ଗହଳି ଲାଗି ରହୁଥିବା ଦେଖିବାକୁ ମିଳୁଅଛି। ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଅତିଶୀଘ୍ର ସ୍ବାଭାବିକ ଭାବରେ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପାଇଁ ମିଳୁଅଛି। ବାସ୍ତବରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ଅସମର୍ଥ ହୋଇଥିବା ଜଣାପଡୁଛି। ନିତ୍ଯ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ରୋଷେଇ ଗ୍ୟାସ୍ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମୁଚିତ ପଦକ୍ଷେପ ଗ୍ରହଣ କରିବାରେ ଅହେତୁକ ବିଳମ୍ବ କରୁଥିବା ଜଣାପଡୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କର ଜିଲ୍ଲାରେ ତଥା ନିଜସ୍ବ କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରୋଷେଇ ଗ୍ୟାସ୍ ଉପଭୋକ୍ତା ମାନଙ୍କର ଦୁର୍ଦ୍ଦଶା ନାହିଁନଥିବା ଅବସ୍ଥାରେ ପହଞ୍ଚି ଯାଇଥିବା ଦେଖିବାକୁ ମିଳୁଅଛି। ଲୋକପ୍ରତିନିଧି ମାନଙ୍କର ନୈତିକତା ଦାୟିତ୍ୱ ହେଉଛି ଯେ ଜିଲ୍ଲା ପ୍ରଶାସନ କୁ ତୁରନ୍ତ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେବା ଉଚିତ୍। ଯାହାଫଳରେ ଉପଭୋକ୍ତା ମାନଙ୍କୁ ସଠିକ୍ ସମୟରେ ରୋଷେଇ ଗ୍ୟାସ୍ ମିଳିବାରେ କୌଣସି ପ୍ରକାରର ଅବହେଳା ହେବନାହିଁ। ଏଥିପାଇଁ ରାଜ୍ଯ ସରକାର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ଯୁଦ୍ଧକାଳୀନ ଭୀତିରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ଆବଶ୍ୟକତା ରହିଛି। ଯଦ୍ବାରା କେନ୍ଦୁଝର ଜିଲ୍ଲାବାସୀଙ୍କୁ ସଠିକ୍ ସମୟରେ ରୋଷେଇ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ଯୋଗାଇଦେବା ରେ ବିବାଦୀୟ ପରିସ୍ଥିତି ସୃଷ୍ଟି ଅଥବା କୌଣସି ପ୍ରକାରର ସମସ୍ୟା ହେବନାହିଁ। ସୂତ୍ରରୁ ଜାଣିବା ପାଇଁ ମିଳୁଅଛି କି ଧାର୍ଯ୍ୟଦର ଠାରୁ ଅଧିକ ମୂଲ୍ୟରେ ଗ୍ୟାସ୍ ଏଜେନ୍ସି ଗୁଡିକ ଗ୍ୟାସ୍ ବିକ୍ରୀ କରୁଛନ୍ତି। ଅଦ୍ୟାବଧି ଚୋରା କାରବାର ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଉଦ୍ୟମ ଅବ୍ୟାହତ ରହିଛି। ତଥାପି ଜିଲ୍ଲା ପ୍ରଶାସନ ତରଫରୁ ରୋଷେଇ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ସଠିକ୍ ସମୟରେ ଗ୍ୟାସ୍ ଯୋଗାଇଦେବାକୁ ଅସମର୍ଥ ହୋଇଥିବା ପଛରେ ନିଜର ପାରିବା ପଣିଆ ଜଣାପଡୁଛି!