logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କରଞ୍ଜିଆ ନିବାସୀ ସ୍ୱାଧୀନତା ସଂଗ୍ରାମୀ ହଳଧର ପୃଷ୍ଟି ଙ୍କ ପରଲୋକ!

କରଞ୍ଜିଆ ନିବାସୀ ସ୍ୱାଧୀନତା ସଂଗ୍ରାମୀ ହଳଧର ପୃଷ୍ଟି ଙ୍କ ପରଲୋକ!

ଚମ୍ପୁଆ: ୦୨/୦୪ (ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମର ବିଶିଷ୍ଟ ସମାଜସେବୀ, ସଂଗଠକ, ସ୍ୱlଧୀନତା ସଂଗ୍ରାମୀ ହଳଧର ପୃଷ୍ଟି (୯୮)ଙ୍କ ବୁଧବାର ଦିନ ପରଲୋକ ହୋଇଯାଇଛି। ସେ ତତ୍କାଳୀନ ସ୍ୱlଧୀନତା ସଂଗ୍ରାମ ପ୍ରଜାମଣ୍ଡଳ ଆନ୍ଦୋଳନ ରେ ବାନରସେନା ର ଭୂମିକା ନିଭାଇ ଥିଲେ।
ଜୁଲାଇ ମାସ ୧୯୨୮ରେ ଜନ୍ମ ଗ୍ରହଣ କରିଥିଲେ। ସେ ବହୁ ସାଙ୍ଗଠନିକତା କାର୍ଯ୍ୟ ଓ ସମାଜସେବା ରେ ଜୀବନ ର ଶେଷ ପର୍ଯ୍ୟନ୍ତ ସକ୍ରିୟ ଥିଲେ। ୧୯୫୮ରେ କରଞ୍ଜିଆ ଦୁର୍ଗାପୂଜା ର ଶୁଭରମ୍ଭ କରି ଦିଗଦର୍ଶନ ଦେଇ ଆସୁଥିଲେ। କରଞ୍ଜିଆ ରେ ବି. କେ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଓ ଗଠନରେ ତାଙ୍କ ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ମୃତ୍ୟୁରେ ଗ୍ରାମ ତଥା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି।
ମୃତ୍ୟୁ ସମୟରେ ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି, ପୀତବାସ ପୃଷ୍ଟି, ସରୋଜ, ବୋହୁ, ନାତି, ନାତୁଣୀ, ଝିଅ ଅଞ୍ଜଳି ପୃଷ୍ଟି, ଜ୍ବାଇଁ
ସଦାନନ୍ଦ ସାହୁ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ଜାଣି ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ଜନସାଧାରଣ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଗ୍ରାମ ସମଶାନ ରେ ତାଙ୍କ ଦାହ ସଂସ୍କାର ହୋଇଥିବା ବେଳେ ବଡ଼ପୁଅ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ମୁଖାଗ୍ନି ଦେଇଥିଲେ। ଚମ୍ପୁଆ ଉପଖଣ୍ଡରେ ଜୀବିତ ଥିବା ଏକମାତ୍ର ସ୍ୱlଧୀନତା ସଂଗ୍ରାମୀ ହଳଧର ପୃଷ୍ଟି ଙ୍କୁ ସ୍ଥାନୀୟ ପ୍ରଶାସନ ଯେତିକି ଗୁରୁତ୍ୱ ଦେବା କଥା ତାହା ତାଙ୍କ ଜୀବଦଶା ରେ ହୋଇ ପାରିନଥିବାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ବୋଲି ସଂଜୀବନୀ ସାହିତ୍ୟ ସଂସଦ ର ସମ୍ପାଦକ, ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ ପ୍ରକାଶ କରିଛନ୍ତି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

21
5696 views

Comment