ମା ମଙ୍ଗଳା ଙ୍କ ୨୭ତମ ବାର୍ଷିକୋତ୍ସବ।
ମା ମଙ୍ଗଳା ଙ୍କ ୨୭ତମ ବାର୍ଷିକୋତ୍ସବ।
ଆନନ୍ଦପୁର,୦୧।୦୪: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜଳସୁଆଁ ପଂଚାୟତ ଜଗନ୍ନାଥପୁର ଠାରେ ଥିବା ମା ମଙ୍ଗଳା ଙ୍କ ମନ୍ଦିର ରେ ୨୭ତମ ବାର୍ଷିକତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ପୂଜକ ସାରଙ୍ଗଧର ନନ୍ଦ ସହସାଥି ପୂଜକ ବସନ୍ତ କୁମାର ଦାଶ, ଶିଶି ଶିଶିର କୁମାର ଦାସ, ଗଙ୍ଗାଧର ନନ୍ଦ ଙ୍କ ଦ୍ବାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ କଳସ ବୁଡ଼ାଇ ପୂଜା ମଣ୍ଡପରେ ଶୁଭ କଳସ ସ୍ଥାପନ କରାଯାଇଥିଲା।ସଙ୍କଳ୍ପ କାର୍ଯ୍ୟ ଲକ୍ଷ୍ମୀଧର ଓଝା, ପତ୍ନୀ କାଞ୍ଚନମାଳା ଓଝା ତୁଲାଇ ଥିବା ବେଳେ ମା ଙ୍କ ପୀଠରେ ପ୍ରଥମେ ଗୁରୁ ପୂଜା ସୂର୍ଯ୍ୟ ପୂଜା, ଗୋ ପୂଜା ଓ ମା ଙ୍କ ଷୋଡ଼ଶ ଉପଚାର ପୂଜା ହେବା ପରେ ମା ଙ୍କ ପୀଠରେ ବିଶ୍ବର କଲ୍ୟାଣ ନିମନ୍ତେ ବିଶ୍ବ ଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା। ଅପରାହ୍ନରେ ପୂର୍ଣ୍ଣାହୂତି ଚରୁ ସେବନ ଓ ପ୍ରାସାଦ ସେବନ କରଯାଇଥିଲା। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଜଳସୁଆଁ, ମଛାଳ ସଂକୀର୍ତ୍ତନ ମଣ୍ଡଳୀର ଗୌର ଭକ୍ତ ମାନଙ୍କ ଦ୍ବାରା ଭଜନ କୀର୍ତ୍ତନ କରାଯାଇଥିଲା। ଦିବ୍ୟରଞ୍ଜନ ଓଝା, ବାସନ୍ତୀ ଲତା ଓଝା, ଦେବଶ୍ରୀ ଓଝା, ସରସ୍ବତୀ ଜେନା, ଦେବେନ୍ଦ୍ର ରଥ, ପଞ୍ଚାନନ ବିନ୍ଧାଣି, ଦିବ୍ୟକ୍ତି ଓଝା, ଶ୍ରୀଧର ଓଝା, ଲକ୍ଷ୍ମୀପ୍ରିୟା ମହାରଣା, ରମେଶ ମହାରଣା, ଲକ୍ଷ୍ମଣ ସାହୁ, ଗଣେଶ୍ବର ସା, ଅଂଶୁମାନ ଓଝା, ମୃତ୍ୟୁଞ୍ଜୟ ଓଝା, ଆଦିତ୍ୟ ସାହୁ, ସରୋଜିନୀ ରାଉତ, ଅଭିଜିତ ରାଉତ, କୁଳମଣୀ ରାଉତ, ହେମନୁ ମାଝୀ, ସ୍ନେହଲତା ପରିଡ଼ା, ଖୁଲଣା ମହାରଣା, ରଶ୍ମି ମହାରଣା, ଅନୁସୟା ସୂତାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।