ଓଡ଼ିଆ ବିଭାଗରେ ଓଡ଼ିଶା ଦିବସ ପାଳିତ।
*ଓଡ଼ିଆ ବିଭାଗରେ ଓଡ଼ିଶା ଦିବସ ପାଳିତ*
କେନ୍ଦୁଝର ତାରିଖ ୧/୪/୨୦୨୬ ପୂର୍ବାହ୍ନରେ ଧରଣୀଧର ବିଶ୍ଵବିଦ୍ୟାଳୟ ଆଇଡି ପି ଗୃହ ରେ ସେମିନାର କକ୍ଷରେ ଓଡ଼ିଆ ବିଭାଗ ଦ୍ୱାରା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହିତ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଓଡ଼ିଆ ପାଳନ ଅବସରରେ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଭାଗର ସହକାରୀ ଅଧ୍ୟାପକ ଡକ୍ଟର ସୁମନ୍ତ୍ର ନାଏକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆମେ ଆମ ସଂସ୍କୃତି ଓ ପରମ୍ପରା ଅନୁସାରେ ଯଦି ଆମ ପ୍ରଚଳିତ ଭାଷା ସହ ଜଡ଼ିତ ହୋଇପାରିବା , ତେବେ ତରୁଣ ଯୁବକ ଯୁବତୀଙ୍କୁ ନେଇ ନୂତନ ଓଡ଼ିଶା ଗଠନ ହୋଇ ପାରିବ । ମୁଖ୍ୟ ଅତିଥି ଭାବରେ ଡକ୍ଟର ସମରେନ୍ଦ୍ର ଭୂତିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଭୁବନେଶ୍ବରର ସ୍ୱତନ୍ତ୍ର ଅଧିକାରୀ ( OSD ) (ଓ.ପ୍ର. ସେ ) ଯୋଗଦେଇ ସରକାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଓଡ଼ିଆ ପକ୍ଷ ପାଳନର ଉଦ୍ଦେଶ୍ୟ, ଆବଶ୍ୟକତା ତଥା ଓଡ଼ିଆ ଅସ୍ମିତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ସଭା ବିଭାଗ ସଂଯୋଜିକା ଡକ୍ଟର ଶୁଭସ୍ମିତା ଦାସ ସଂଯୋଜନା କରିଥିଲେ ଓ ବିଭାଗର ଛାତ୍ରୀ ମାନସୀ ଦାସ ଓ ସ୍ଵୟଂସମ୍ପୂର୍ଣା ମିଶ୍ର ନିଜର ଅଭିଭାଷଣ ଏବଂ ପରିଶେଷରେ ଅଧ୍ୟାପକ ଡକ୍ଟର ଅଜୟ କୁମାର ସାହୁ ଧନ୍ଯବାଦ ଅଭିଭାଷଣ ରଖିଥିଲେ । ଏହି ସଭା ର ଆୟୋଜନ ଦାୟିତ୍ୱ ଅଧ୍ୟାପକ ଅକାଳୁ ପୃଷ୍ଟି ଓ ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁ ନେଇଥିବା ବେଳେ ସଭାରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ର ଛାତ୍ରୀଙ୍କ ଉପସ୍ଥିତି ଦ୍ୱାରା ସଭାଟି ସଫଳ ହୋଇଥିଲା ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।