logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିଉ କଲୋନି ସ୍ଥିତ ସେଣ୍ଟ୍ ଜାଭିୟର ଉଚ୍ଚମାଧ୍ଯମିକ ବିଦ୍ଯାଳୟରେ ଉତ୍କଳ ଦିବସ ପାଳନ।

ନିଉ କଲୋନି ସ୍ଥିତ ସେଣ୍ଟ୍ ଜାଭିୟର ଉଚ୍ଚମାଧ୍ଯମିକ ବିଦ୍ଯାଳୟରେ ଉତ୍କଳ ଦିବସ ପାଳନ।

କେନ୍ଦୁଝର:୦୧/୦୪ (ଖଣ୍ଡାଧାର ନିଉଜ) କେନ୍ଦୁଝର ସହରର ନିଉ କଲୋନି ସ୍ଥିତ ସେଣ୍ଟ୍ ଜାଭିୟର ଉଚ୍ଚମାଧ୍ଯମିକ ବିଦ୍ଯାଳୟରେ ଉତ୍କଳ ଦିବସ ପାଳନ କରାଯାଇଥିଲା। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଇତିହାସର ଏକ ସ୍ୱର୍ଣ୍ଣିମ ଦିନ। ଏହି ଦିନ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଭାରତରେ ଭାଷା ଭିତ୍ତିରେ ଗଠିତ ହୋଇଥିବା ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।
ଏହି ସଭାରେ ମୁଖ୍ଯ ଅତିଥି ତଥା ଜ୍ଞାନଦୟ ଏଜୁକେସନାଲ୍ ଟ୍ରଷ୍ଟ ଓ ଜାଭିୟର୍ସ୍ ଗ୍ରୁଫ ର ପ୍ରତିଷ୍ଠାତା ଇଂ ଦେବବ୍ରତ ବେହେରା, ସମ୍ମାନିତ ଅତିଥି ଜାଭାୟର୍ସ ସ୍କୁଲ୍ ଅଫ ମେନେଜମେଣ୍ଟ ର ମୁଖ୍ୟ ପ୍ରଶାସନିକ ଅଧିକାରି ଇଂ ମୃତ୍ଯୁଞ୍ଜୟ ନାଏକ ଉପସ୍ଥିତ ଥିଲେ। ଉଚ୍ଚମାଧ୍ଯମିକ ବିଦ୍ଯାଳୟର ଅଧକ୍ଷ ଯତୀନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଏହି ସଭାରେ ଟ୍ରଷ୍ଟି ଶରତଚନ୍ଦ୍ର ମହାନ୍ତି , ଶନତ୍ କୁମାର ସାହୁ, ଦେବାଶିଷ ଗିରି, ଟୁକୁନା ସାହୁ, ଦିବ୍ୟରଞ୍ଜନ ବାରିକ୍, ଆଶିଷ କୁମାର ମହାନ୍ତ, ଜୟକର ରାଠୋର, ରଶ୍ମୀ ରଞ୍ଜନ ପଣ୍ଡା, ରାଜେଶ ବେହେରା, ପ୍ରିୟ ପ୍ରକାଶ ପାତ୍ର, ରାକେଶ ସାହୁ, ସିପ୍ରା ପଣ୍ଡା, ମମତା ସେଠୀ, ବବିତା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ଇଂ ଦେବବ୍ରତ ବେହେରା ଛାତ୍ର ଛାତ୍ରୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇ ତାଙ୍କର ମୂଲ୍ୟବାନ ସମୟକୁ ଛାତ୍ର ଛାତ୍ରୀ ମାନଙ୍କ ସହ ଅତିବାହିତ କରିଥିଲେ। ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତା ନିଜର ବହୁମୂଲ୍ୟ ସମୟ ବାହାର କରି ଆମ ଗହଣରେ ଉପସ୍ଥିତ ରହିଲେ ଏବଂ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ ଆମ ପିଲାମାନଙ୍କୁ ଉତ୍ସାହିତ କଲେ। ଅନୁଷ୍ଠାନର ଅଧ୍ଯାପକ ଅଧ୍ଯାପିକା ମାନେ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍କଳ ଦିବସ ସମ୍ପର୍କରେ ତଥ୍ଯ ପ୍ରଦାନ କରିଥିଲେ। ପୂର୍ବ ପରୀକ୍ଷା ରେ ଉତ୍ତୀର୍ଣ୍ଣ ୧୦ ଜଣ ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଭାଗର ଅଧ୍ଯାପିକା ବବିତା ରାଉତ ସଭାକାର୍ଯ୍ଯ ପରିଚାଳନା କରିଥିଲେ। ପରିଶେଷରେ ପଦାର୍ଥ ବିଜ୍ଞାନର ଅଧ୍ଯାପକ ଦେବାଶିଷ ଗିରି ଅତିଥି ମାନଙ୍କ ଉଦ୍ଦେଶ୍ଯରେ ଧନ୍ଯବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ ହୋଇଥିଲା।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

14
1100 views

Comment