logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସାଇ ଆନନ୍ଦ ବିଦ୍ୟାଳୟରେ ଉତ୍କଳ ଦିବସ ପାଳନ।

ସାଇ ଆନନ୍ଦ ବିଦ୍ୟାଳୟରେ ଉତ୍କଳ ଦିବସ ପାଳନ।

ବନାଯୋଡି: ୦୧/୦୪ (ଖଣ୍ଡାଧାର ନିଉଜ) ଉତ୍କଳ ଦିବସ ଅବସରରେ ସାଇ ଆନନ୍ଦ ବିଦ୍ୟାଳୟ ସମୂହ ରେ ପାଳିତ ହୋଇଅଛି । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଅଭିଭାବିକା ଙ୍କ ଗହଣରେ ଅତିଥି ଶ୍ରୀ କିଶୋର ଚନ୍ଦ୍ର ସାହୁ, ଶ୍ରୀ ରାଜେଶ କୁମାର ସେଠୀ, ମ୍ୟାନେଜର ଇଣ୍ଡିଆନ୍ ବ୍ୟାଙ୍କ ଜବଲପୁର, ମଧ୍ୟପ୍ରଦେଶ ଶାଖା ଯୋଗ ଦେଇଥିଲେ।
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନରେ ଏହି ଦିବସ ଆରମ୍ଭ କରିଥିଲେ। ଶିକ୍ଷୟତ୍ରୀ ସୌମ୍ୟଦର୍ଶିନୀ ବ୍ରହ୍ମ ଓ ଗୀତା ଦାସ ଏହି ଦିବସ କୁ ପରିଚାଳନା କରିଥିଲେ। ସେବତୀ ସିଂହ - ସ୍ଵାଗତ ଭାଷଣ ଆରମ୍ଭ କରିବା ସହ ଶ୍ରୀ ରାଜେଶ୍ କୁମାର ସେଠୀ - ବନ୍ଦେ ଉତ୍କଳ ଜନନୀ, ଜୟ ଜଗନ୍ନାଥ, ଜୟ ମା ତାରିଣୀ ଉଚ୍ଚାରଣ କରି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ। ଆଜିର ପର୍ବ ଆମ୍ଭର ଗର୍ବ। ୧୯୩୬ ରେ ଆମ୍ଭ ରାଜ୍ୟ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହୋଇଥିଲା। ଆମ୍ଭେ ଓଡିଆ ଭାବରେ ପରିଚୟ ପାଇଥିଲେ। ଓଡ଼ିଶାର ଖାଦ୍ୟ, ଭାଷା, ଚାଲି ଚଳନ, ସଂସ୍କୃତି ନିଆରା। ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱନାଥ ଦ୍ଵିବେଦୀ - ଆମ୍ଭେ ଥିଲୁ କଣ, ହେଲୁ କଣ, ହେବା କଣ ଉପରେ ଆଲୋଚନା କରିଥିଲେ। ଉତ୍କଳର ସ୍ଵତନ୍ତ୍ର ପ୍ରଦେଶ ଗଠନ କୌଣସି ସ୍ଵାଧୀନତା ସଂଗ୍ରାମ ଠାରୁ କମ୍ ନୁହଁ। ଆଜିର ଅବସ୍ଥା ଶହେ ବର୍ଷ ତଳେ ନଥିଲା। ବଙ୍ଗଳା ଭାଷାର ପ୍ରାଦୁର୍ଭାବ ଥିଲା ବ୍ୟାସକବି ଫକୀରମୋହନ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଇତ୍ୟାଦି ଙ୍କ ପ୍ରଚେଷ୍ଠା ରେ ଓଡିଆ ଭାଷା ଏକ ସ୍ଵତନ୍ତ୍ର ମାନ୍ୟତା ପାଇ ପାରିଥିଲା। କେନ୍ଦୁଝର ର ଦେୱାନ ଫକୀର ମୋହନ ଙ୍କ ଉଦ୍ୟମ କେନ୍ଦୁଝରରୁ ଆରମ୍ଭ ହୁଏ। ବଙ୍ଗ ବିହାର ଓଡ଼ିଶା ର ସ୍ଵତନ୍ତ୍ରତା ରେ ମଧୁବାବୁଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । କିଶୋର ଚନ୍ଦ୍ର ସାହୁ ପିଲାଙ୍କ ମୁହଁରେ ଓଡିଶା ଆଗାମୀ କାଲିର ଭବିଷ୍ୟତ ଦର୍ଶାଇ ଏ ରାଜ୍ୟର ଇତିହାସ, ମହାମନିଷୀଙ୍କ ଉଦ୍ୟମ ଇତ୍ୟାଦି ସୁନ୍ଦର ଭାବରେ ପ୍ରତିପାଦନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ନିରୁପମା ପଲେଇ, ପୂଜାରାଣୀ ମହାକୁଡ଼, ଚିକୁନ୍ କୁମାର ନାଏକ, ଦେବସ୍ମିତା ମହାନ୍ତ, ପ୍ରିୟତମା ବାରିକ୍, ଆକାକ୍ଷାଂ ଅଭିଲିପ୍ସା ମୁର୍ମୁ ଆଦି ପିଲାମାନେ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଅଭିଭାଷଣ ରଖିଥିଲେ। ପରିଶେଷରେ ସର୍ବସମ୍ମତି କ୍ରମେ ଶିକ୍ଷୟତ୍ରୀ ପ୍ରିୟଦର୍ଶନୀ ମହାକୁଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ଭଙ୍ଗ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

9
774 views

Comment