logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା ଆଞ୍ଚଳିକ ମହା ବିଦ୍ୟାଳୟରେ ଓଡ଼ିଶା ଦିବସ ପାଳିତ।

ପାଟଣା ଆଞ୍ଚଳିକ ମହା ବିଦ୍ୟାଳୟରେ ଓଡ଼ିଶା ଦିବସ ପାଳିତ।

ପାଟଣା-୦୧/୦୪, ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଆଜି ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉତ୍କଳ ଦିବସ ପାଳନ କରାଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଇଂ ବିଦ୍ୟାଧର ଦାଶ, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପରମେଶ୍ବର ଧାରୁଆ, ଅଧ୍ୟାପକ ଜଗନ୍ନାଥ ମହାନ୍ତ, ରଜତ କୁମାର ଦାଶ, ପ୍ରମୁଖ ଯୋଗ ଦେଇଥିଥିଲେ। ଏଥିରେ ଏନ ସି ସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ଓ ଶରତ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ସର୍ବ ପ୍ରଥମେ ମହାବିଦ୍ୟାଳୟ ପରିସରରେ ଥିବା ମହାପୁରୁଷ ମଣ୍ଡପରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଛାତ୍ରଛାତ୍ରୀ ଙ୍କୁ ନେଇ ସାମୁହିକ ବନ୍ଦେ ମାତରମ ଗାନ କରା ଯାଇଥିଲା।ସାଧାରଣ ସଭାରେ ଅତିଥି ଗଣ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ 1936 ଗଠନ ହେବା ଓ ଏହାକୁ ଗଠନ କରିବାରେ ବିଶେଷ ଅବଦାନ ଥିବା ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
1400 views

Comment