logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

"ମେଘଦୂତ" ଖବର କାଗଜ ଉନ୍ମୋଚିତ।

"ମେଘଦୂତ" ଖବର କାଗଜ ଉନ୍ମୋଚିତ।


ଆନନ୍ଦପୁର -୦୧/୦୪(ଖଣ୍ଡାଧାର ନିଉଜ) ଭାରତ ସରକାରଙ୍କ ଠାରେ ପଞ୍ଜୀକୃତ ହୋଇଥିବା "ମେଘଦୂତ" ଖବରକାଗଜ ଉନ୍ମୋଚିତ ହୋଇଛି । ଉନ୍ମୋଚନ ଉତ୍ସବରେ ପ୍ରତିଷ୍ଠାତା ତ୍ରିଲୋଚନ ସାହୁଙ୍କ ବାପା ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ମାଆ ପ୍ରତିମା ସାହୁ ଯୋଗ ଦେଇ ବିଭିନ୍ନ ଅତିଥିଙ୍କ ସହ "ମେଘଦୂତ" ସମ୍ବାଦପତ୍ରର ପ୍ରଥମ ସଂଖ୍ୟା ଉନ୍ମୋଚନ କରିଥିଲେ । ବାପା ଓ ମାଆଙ୍କ ଆଶ୍ରୀ ବଚନ ପରେ ଉନ୍ମୋଚନ ଉତ୍ସବ ଆରମ୍ଭ ହୋଇଥିଲା।  ପ୍ରାରମ୍ଭରେ ପ୍ରତିଷ୍ଠାତା ତ୍ରିଲୋଚନ ସାହୁ ନିଚ୍ଛକ ଖବର ପ୍ରସାରଣ ଉପରେ ଗୁରୁତ୍ତ୍ୱାରୋପ ଦେବା ସହ ପ୍ରତି ମାସ ସାହିତ୍ୟ ଓ ପରିବେଶ ପାଇଁ ସ୍ୱତନ୍ତ୍ର ଭାବେ ଦୁଇଟି ପୃଷ୍ଠା ପ୍ରକାଶ ପାଇବ ବୋଲି କହିଥିଲେ।  ବିଭିନ୍ନ ଲେଖକ ସେମାନେ ସେମାନଙ୍କର ସ୍ବରଚିତ ଲେଖା ସମ୍ପାଦକଙ୍କ ଠିକଣାରେ ପଠାଇପାରିବେ । ସମ୍ପାଦକ ପୁଷ୍ପଲତା ସାହୁ ପ୍ରଥମ ସଂଖ୍ୟାର ସଂପାଦକୀୟ ପାଠ ସହିତ ସମ୍ବାଦପତ୍ରର ପ୍ରଚାରପ୍ରସାର ସହ ମୌଳିକ ସମ୍ବାଦ ପ୍ରସାରଣ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ତଥା ସାମ୍ବାଦିକ ଅନୀଲ କୁମାର ସାହୁ ଗ୍ରାମାଞ୍ଚଳ ସମସ୍ୟା ଉପରେ ଆଲୋଚନା କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ତଥା ବିଶିଷ୍ଟ ପାଲା ଗାୟକ ଗୟାଧର ନାଥ ସାମ୍ବାଦିକଙ୍କ ଭୂମିକା ଓ ଦାୟୀତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ । ସମାଜସେବୀ ପ୍ରସନ୍ନ ନାହାକ, ଅନିତା ବେହେରା, ରାଜ୍ କିଶୋର ବାରିକ, ମନୋଜ କୁମାର ସାହୁ, ରଞ୍ଜିତ୍ ନାୟକ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରତିଷ୍ଠାତା ତ୍ରିଲୋଚନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

8
818 views

Comment