logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଶିପାଳ ପଞ୍ଚାୟତ ମଧ୍ୟ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ।

କାଶିପାଳ ପଞ୍ଚାୟତ ମଧ୍ୟ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ।

ଚମ୍ପୁଆ -୦୧/୦୪ (ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ କାଶିପାଳ ପଞ୍ଚାୟତ ଅନ୍ତର୍ଗତ କାଶିପାଳ ହାଇସ୍କୁଲ ବହୁମୁଖୀ ସଭାଗୃହରେ ଉତ୍କଳ ଦିବସ ପାଳିତ ହୋଇଯାଇଛି | ଏହି ସଭାରେ ପ୍ରଧାନ ଶିକ୍ଷକ ଧନେଶ୍ୱର ମହାନ୍ତ ସଭାପତିତ୍ୱ କରିଥିଲେ | ଶିକ୍ଷକ,ଶିକ୍ଷୟତ୍ରୀ ଓ଼ ଛାତ୍ର ଛାତ୍ରୀ ମାନେ ଉତ୍କଳ ର ବରପୁତ୍ର ମାନଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରି ଧୂପ,ପ୍ରଦୀପ ପ୍ରଜ୍ୱଳନ କରି ଥିଲେ | ନବମ ଶ୍ରେଣୀର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରି କରି ଥିଲେ | ଉତ୍କଳ ଦିବସ ଅବସରରେ ନବମ ଶ୍ରେଣୀର ଛାତ୍ରୀ ମାନେ ବକ୍ତବ୍ୟ ରଖି ଥିଲେ | କୁନି ସିଂହ,ପୂଜା ନାଏକ, ଲଭଲି ମୁଣ୍ଡା,କାମିନୀ ନାଏକ l ଉତ୍କଳ ଦିବସ ର ଐତିହ୍ୟ ତଥା ଐତିହାସିକ ସଂଘର୍ଷ ତଥା ମଧୁବାବୁ ଙ୍କର ଅବଦାନ ସମ୍ପର୍କ ରେ ଶିକ୍ଷକ ଓ଼ ଶିକ୍ଷୟତ୍ରୀମାନେ ଅଭିଭାଷଣ ରଖିଥିଲେ, ଶିକ୍ଷକ ଧନେଶ୍ୱର ମହାନ୍ତ, ଶିକ୍ଷୟିତ୍ରୀ ଲିପାମୟୀ ନାଏକ
ଭବାନୀ ପାତ୍ର, ସ୍ମିତା ଲାଗୁରୀ,ଲଳିତା
ନାଏ କ l ପରିଶେଷରେ ଉତ୍କଳ ଦିବସକୁ ସ୍ମୃତି ମଧୁର ପୁନଃ ଜାଗରଣ କରିବା ପାଇଁ ବରିଷ୍ଠ ହିନ୍ଦୀ ଶିକ୍ଷକ (କବି )ସ୍ବରଚିତ ଉତ୍କଳ ଦିବସ କବିତା ଗାନ, ପାଠ କରି ସଭାକୁ ରୁଦ୍ଧିମନ୍ତ କରିଥିଲେ | ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

3
818 views

Comment