ଉତ୍କଳୀୟ ଅସ୍ମିତା ସାହସିକତା, ସାହିତ୍ୟପ୍ରାଣତା ଓ କଳାନିପୁଣତା ର ତ୍ରିବେଣୀ। କେନ୍ଦୁଝରରେ ଓଡ଼ିଶାଦିବସ କବିତା ପାଠୋତ୍ସବ।
,ଉତ୍କଳୀୟ ଅସ୍ମିତା ସାହସିକତା, ସାହିତ୍ୟପ୍ରାଣତା ଓ କଳାନିପୁଣତା ର ତ୍ରିବେଣୀ
******************************
କେନ୍ଦୁଝରରେ ଓଡ଼ିଶାଦିବସ କବିତା ପାଠୋତ୍ସବ
********************************
କେନ୍ଦୁଝର -୦୧/୦୪(ଖଣ୍ଡାଧାର ନିଉଜ) ବୁଧବାର ଅପରାହ୍ନରେ ଜିଲ୍ଲା ପ୍ରଶାସନ ଓ ମିଳନୀ ସାହିତ୍ୟ ସଂସଦ ର ସହଭାଗିତାରେ ଉତ୍କଳୀୟ ଅସ୍ମିତା ସମ୍ପର୍କିତ କବିତା ପାଠୋତ୍ସବ ଓ ସାହିତ୍ୟ ଆସର ମିଳନୀ ର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବରେ ଜିଲ୍ଲା ଅଡିଟୋରିଆମ୍ ରେ ଅନୁଷ୍ଠିତ ହୋଇ ଯାଇଛି।
ପ୍ରାରମ୍ଭରେ କେନ୍ଦୁଝର ର ରାଷ୍ଟ୍ରଦେବୀ ମାଆତାରିଣୀ ଙ୍କ ପ୍ରତିକୃତି ରେ ଧୂପ ଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ପ୍ରାଦେଶିକ ସଙ୍ଗୀତ "ବନ୍ଦେ ଉତ୍କଳ ଜନନୀ" ଗାୟନ ପରେ ସମ୍ପାଦକ ଡକ୍ଟର ଚିତ୍ତ ରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ଅବସର ରେ ଉତ୍କଳୀୟ ଗାରିମା ସମ୍ପର୍କ ରେ ଅଭିହିତ କରିଥିଲେ।
ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସ୍ବାଗତ ସମ୍ଭାଷଣ ଜଣାଇଥିଲେ।
ଡକ୍ଟର ବିପିନ ବିହାରୀ ମହାପାତ୍ର ସମ୍ମାନନୀୟ ଅତିଥିବକ୍ତା ଭାବରେ ଯୋଗଦେଇ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କ ରେ ସାର ଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣ ପ୍ରଦାନ କରି ଉତ୍କଳୀୟତା ସଂପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଉତ୍କଳୀୟ ଅସ୍ମିତା କୁ ସାହସିକତା, ସାହିତ୍ୟପ୍ରାଣତା ଓ କଳା ନିପୁଣତାର ତ୍ରିବେଣୀ ଭାବରେ ଅଭିହିତ କରିଥିଲେ।
କବୟିତ୍ରୀ ଇନ୍ଦୁମତୀ ପାତ୍ର ଓ
ଶୋଭନା ଜେନାଙ୍କ ସଂଯୋଜନା ରେ ନରହରି ମିଶ୍ର, ସୁଧା ଦାଶ, ଦେବଦର୍ଶନ ଦାଶ, ଡକ୍ଟର ଲୋକନାଥ ସାହୁ, ଡକ୍ଟର ସୁମନ୍ତ୍ର ନାଏକ , ଗୀତାରାଣୀ ଦାଶ, ରିତାଞ୍ଜଳି ସାହୁ,ମମତା ରାଣୀ ଦାସ, ସନ୍ତୋଷିନୀ ଦାଶ (ଗିରି) ଡାକ୍ତର ଭାରତୀ ମହାପାତ୍ର, ରୂପଶ୍ରୀ ଗନ୍ତାୟତ, ଭରତ ଚନ୍ଦ୍ର ପାତ୍ର, ମନରଂଜନ ମହାନ୍ତି,ଚିନ୍ତାମଣି ମହାଳିକ, ଦେବଦତ୍ତ ଦେହୁରୀ, ଶାନ୍ତନୁ କୁମାର ମହାପାତ୍ର, ଆର୍ଯ୍ୟବାଳା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତି, ସରୋଜିନୀ ଆଚାର୍ଯ୍ୟ,ଲିପିକା ଦାସ ପଟ୍ଟନାୟକ, ସୁଭଦ୍ରା ମହାନ୍ତ, ଜ୍ୟୋସ୍ନା ପାଢ଼ୀ, ପୁଷ୍ପଲତା ଜେନା, ଚନ୍ଦ୍ରପ୍ରଭା ପତି, ଗୀତାଞ୍ଜଳି ପାତ୍ର, ମନ୍ଦାକିନୀ କର, ଭାବିପ୍ରିୟା ସାହୁ,କୃଷ୍ଣ ପ୍ରସାଦ ମିଶ୍ର,ପ୍ରାଧ୍ୟାପକ ଜଗନ୍ନାଥ ଜେନା, ପ୍ରତାପ କର୍ମକାର, ଅବଦୁଲ୍ ରେହେମାନ୍,ପ୍ରସନ୍ନ କୁମାର ପତି, ଫକୀର ମୋହନ ମହାନ୍ତ, ଜଗବନ୍ଧୁ ରାଉତ ପ୍ରମୁଖ ବହୁ କବି ଉତ୍କଳୀୟ ଅସ୍ମିତା ସମ୍ପର୍କିତ କବିତା ଆବୃତ୍ତି କରିଥିଲେ। ପରିଶେଷ ରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।