logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡାକ୍ତରାଣୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା

ଦାମନଯୋଡ଼ି,୩୧/୦୩:ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତରାଣୀ ଡ଼ାଃ ସୁଶ୍ରୀତା ଦାସଙ୍କୁ ମଙ୍ଗଳବାର ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଡ଼ାକ୍ତର ଦାସ ଏମବିବିଏସ ପରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୪ବର୍ଷ ୯ ମାସରୁ ଉର୍ଦ୍ଧ୍ବ ସମୟର ସେବା ଯୋଗାଇ ରୋଗୀଙ୍କର ଆସ୍ଥାଭାଜନ ହୋଇପାରିବା ସହିତ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କର ପ୍ରିୟଭାଜନ ହୋଇପାରିଥିଲେ।ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସୁମନ କୁମାର ଟପ୍ନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅନ୍ୟ ସହକର୍ମୀ ଡ଼ାକ୍ତର ଡାକ୍ତରାଣୀଙ୍କ ସହିତ କର୍ମଚାରୀ ତାଙ୍କର ସେବା,ସମୟାନୁବର୍ତ୍ତିତା ଓ କର୍ମଦକ୍ଷତାର ସ୍ମୃତି ଚାରଣ କରି ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ନିଜ ବକ୍ତବ୍ୟରେ ଡ଼ଃ ଦାସ ଏହି ପ୍ରଥମ ଚାକିରୀରୁ ବହୁ ଶିକ୍ଷାଲାଭ କରିଥିବା ଏବଂ ସହଯୋଗୀଙ୍କ ଭଲପାଇବା ଓ ଚାକିରୀ ଅନୁଭୂତି ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ।ଉଲ୍ଲେଖଯୋଗ୍ୟ,ଡ଼ଃ ଦାସ ନିଶ୍ଚେତକ ବିଭାଗରେ ସ୍ନାତକୋତ୍ତର ଡିଗ୍ରୀ ପଢ଼ିବାକୁ ଭୁବନେଶ୍ୱର ଯିବେ ବୋଲି ଜଣାପଡିଛି।ସମ୍ବର୍ଦ୍ଧନା ସମୟରେ ଡ଼ାଃ ଶିବ ପ୍ରସାଦ ସାହୁ, ଡ଼ାଃ ସମ୍ବିତ କୁମାର ବଳ,ଡ଼ାଃ ଇପ୍ସିତା ସେଠୀ,ଡ଼ାଃ ସ୍ୱେତା ପାତ୍ର ଓ ଡ଼ାଃ ତପଲୀନା ରାଉତ,ବିପିଏମ ନୀଳକଣ୍ଠ ପାଣି, ନର୍ସିଂ ଅଧିକାରିଣୀ ସୁନୀତା କେରକେଟା,ଫାର୍ମାସୀ ଅଧିକାରୀ ଗଣେଶ ବେହେରାଙ୍କ ସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ପିଏଚସିଓ ବିଜୟ ଖିଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ବରିଷ୍ଟ କିରାଣୀ ବ୍ରଜ ସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ନର୍ସିଂ ଅଧିକାରିଣୀ ବିମଳା ସାହୁ ଓ ଚକ୍ଷୁ ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ମଞ୍ଚ ସଂଯୋଜନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର ମକର ଜାନି,ରାଧିକା ସୋରେନ ଓ ସୀମାଞ୍ଚଳ ପରିଡ଼ା,ବ୍ଲକ ଏକାଉଣ୍ଟସ ମ୍ୟାନେଜର ପ୍ରକାଶ ଚନ୍ଦ୍ର ସାହୁ,ବ୍ଲକ ଡାଟା ମ୍ୟାନେଜର ଏଇଯାଜ ଅହମ୍ମଦ,ସିଏଚଓ ଅବିନାଶ ଦାସ ଓ ଏନସିଡି କାଉନସେଲର ତାପସୀ କୁମାରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

40
1785 views

Comment