ବ୍ଲକ ସ୍ତରିୟ ଭିନ୍ନକ୍ଷମ କ୍ରିଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ
ଚମ୍ପୁଆ, ୩୧/୩ : ଚମ୍ପୁଆ ବ୍ଲକ ସ୍ତରିୟ ଭିନ୍ନକ୍ଷମ କ୍ରିଡା ଓ ସାଂସ୍କୃତିକ ପ୍ରତିଯୋଗିତା ରଜିଆ ଫଚାୟତ ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରାବଣୀ ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୂଖ୍ୟ ଅତିଥି ଭାବେ ଚମ୍ପୁଆ ବିଡିଓ ସ୍ମୃତିରଂଜନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଡିଓ ଚୁନୁ ହାଁସଦା, ସ୍ଥାନିୟ ସରପଞ୍ଚ ସନ୍ତୋଷ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା ରମଣୀ ନାଏକ, ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ପ୍ରମୁଖ ଯୋଗ ଦେଇ ବିଧିବଦ୍ଧ ଭାବେ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ । ପ୍ରଥମେ ଉପସ୍ଥିତ ଅତିଥି, ଅଧିକାରୀ ଓ କ୍ରିଡାବିତଙ୍କ ଦ୍ବାରା ସପଥପାଠ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଚମ୍ପୁଆ ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟରୁ ମାନସିକ ଅନଗ୍ରସର, ଦୃଷ୍ଟି ବାଧିତ, ଶ୍ରବଣ ବାଧିତ ଓ ଶାରିରିକ ଅକ୍ଷମ ୯୫ ଜଣ ଛାତ୍ରଛାତୀ ଭାଗ ନେଇଥିବା ବେଳେ ୨ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ହୁଇଲ ଚେୟାର ଦୌଡ, ୧୦୦ ମିଟର ଦୌଡ , ବାଲାନସ ରେସ, ପାଦଚଲା ପ୍ରତିଯୋଗିତା, ବଲଫିଙ୍ଗା, ଲମ୍ବଡିଆଁ, ସଟଫୁଟ ଥ୍ରୋ, ନାଚ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଖେଳ ଶିକ୍ଷକ ଭାବରେ କେଶବଚନ୍ଦ୍ର ମହାନ୍ତ, ରତିକାନ୍ତ ବାରିକ, ପ୍ରିୟମ୍ବଦା ମହାନ୍ତ, ସୌଭାଗିନୀ ନାୟକ, ଗଣେଶ୍ଵର କିସକୁ, ତୋଫାନ ସାହା, ଦିଲ୍ଲୀପ କୁମାର ନାଏକ ପ୍ରମୁଖ କ୍ରିଡା ପରିଚାଳନା କରିଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।