ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ l
ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ l
ମାଲକାନଗିରି
ଆଜି ତାରିଖ ୩୧,୩,୨୦୨୬ ଏମ,ପି,ଭି ୭୩ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଦୟାଲ ବୈରାଗୀ ଙ୍କର ବିଦାୟ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ପ୍ରକାଶ ଥାଉକି ଦୟାଲ ବୈରାଗୀ ୧,୨,୧୯୮୮ ମସିହାରେ ଚାକିରୀ ଜୀବନ ଆରମ୍ଭ କରି ୩୧,୩,୨୦୨୬ରେ ଅବସର ଗ୍ରହଣ କରିଛନ୍ତି।ତାଙ୍କର ଅବସରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ,ଅଭିଭାବକ, ବିଭିନ୍ନ ବିଦ୍ଯାଳୟ ରୁ ଶିକ୍ଷକ ବୃନ୍ଦ ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ।ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିବାରୁ ସମସ୍ତଙ୍କ ପ୍ରିୟପାତ୍ର ଥିଲେ।ବିଦାୟ ସମ୍ବର୍ଦ୍ଧନା ସଭାରେ ଏମ ପି ଭି 73ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସୁକୁମାର ମଣ୍ଡଳ ,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପ୍ରଶାନ୍ତ ସର୍ଦ୍ଦାର ପ୍ରଧାନ ଶିକ୍ଷକ ଉଚ୍ଚ ପ୍ରାଥମିକ ବଦ୍ୟାଳୟ ଏମ ଭି ୮୮। ଅନ୍ୟାନ୍ୟ ସମ୍ମାନୀୟ ଅତିଥି ଶ୍ରୀ ସୁଜନ ବୈରାଗୀ ଗ୍ରାମ ସଭାପତି,ଶ୍ରୀ ତପନ ଚୌକିଦାର ବଶିଷ୍ଠ ନାଗରିକ,ଶ୍ରୀ ଯୁକ୍ତ ତପନ କୁମାର ବାଇନ ଅବସର ପ୍ରାପ୍ତ ଶିକ୍ଷକ, ଶ୍ରୀ ଚିତ୍ତରଞ୍ଜନ ଵାଲା,ଶ୍ରୀ କିଶୋର ଚନ୍ଦ୍ର ସାହୁ CRCC, ଶ୍ରୀ ଶ୍ରିବାସ ରାୟ CRCC, ପ୍ରଦୀପ କୁମାର ଦାସ ଶିକ୍ଷକ,ଶ୍ରୀ ସୁରେଶ ମେହେଟା ଶିକ୍ଷକ ସଂଘ ସଭାପତି ପଡିଆ, ଶ୍ରୀଦିଲୀପ ଜେନା,ସଚିନ କୃଷ୍ଣ ସାନା, ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ସରକାର, ଅମିତା ପ୍ରଧାନ, କୌଶଲ୍ୟା ନାୟକ,ଓ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶିକ୍ଷକ,ଶିକ୍ଷୟିତ୍ରୀ,ଗ୍ରାମବାସୀ,ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ସମସ୍ତେ ଶ୍ରୀ ଦୟାଲ ବୈରାଗୀ ଆଗାମୀ ଜୀବନ କୁସୁମିତ ସହ ସୁ ସ୍ବାସ୍ଥ୍ୟ ଓ ନିରୋଗ କାମନା କରିଥିଲେ।
ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଦେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସମାପ୍ତ କରିଥିଲେ।