logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ।

ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ।

ସମାନତା ଓ ସମ୍ମାନ ପାଇଁ ଦାବି

ମାଲକାନଗିରି, ତା ୩୧/୦୩ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ , ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା।
ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି।ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି।
ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, "ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।" ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୫ଜଣ ନିଜ ନାମ ପଞ୍ଜୀକରଣ କରିଛନ୍ତି l ସେମାନେ ଭତ୍ତା, ଚାଉଳ ଜମି ଓ ଗ୍ରୁପ୍ ମାଧ୍ୟମରେ ୫୦୦୦୦ ଟଙ୍କା ଲେଖାଏଁ ସହଯୋଗ ପାଇଛନ୍ତି l କେତେ ଜଣ ସିକ୍ୟୁରିଟି ଗାର୍ଡ ପରି ବିଭିନ୍ନ କମ୍ପାନୀ ରେ ଓ ଦୋକାନ ମାନଙ୍କରେ କାର୍ଯ୍ୟକରି ବେଶ୍ ଭଲ ରୋଜଗାର କରୁଛନ୍ତି ।ବାଲିମେଳା ରେ ୧୨ଜଣଙ୍କୁ ଘର ତିଆରି ପାଇଁ ଜମି ଦିଆଯାଇଛି l ଅନ୍ୟ ସ୍ଥାନ ମାନଙ୍କରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି l ସେମାନେ ନିଜ ମନୋରଞ୍ଜନ ଓ ସଭା ସମିତି କରିବା ପାଇଁ ଏକ କମ୍ୟୁନିଟୀ ହଲ୍ ଦାବି କରିଛନ୍ତି!ଏ ବିଷୟରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ରାଜେଶ ପୂଜାରୀ ଉପଖଣ୍ଡ ସାମାଜିକ ସୁରକ୍ଷା କହିଛନ୍ତି ।
ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।

41
1485 views

Comment