logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପି ଏମ୍ ଶ୍ରୀ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ, ତା୩୧/୩/୨୬

ପି ଏମ୍ ଶ୍ରୀ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଦାମନଯୋଡି:- ୩୧.୦୩.୨୦୨୬- ପି ଏମ୍ ଶ୍ରୀ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ପୂର୍ବତନ ଛାତ୍ର ସଂଗଠନ ଚିନ୍ତା ମଣି ବିଦ୍ୟା ପୀଠ ଓ ଓଡ଼ିଶା ରକ୍ତଦାତା ମହାସଂଘର ମିଳିତ
ଆନୁକୁଲ୍ୟରେ ଅନୁଷ୍ଠାନ ପ୍ରଧାନ ଶିକ୍ଷକ ଆଲୋକ ଦଲେଇଙ୍କ ପୌରହିତ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ଅନୁଷ୍ଠାନର ମୁଖ୍ୟ ଶ୍ରୀ ଦଲେଇ ଫିତା କାଟି ଉଦଘାଟନ କରିଥିଲା ବେଳେ ସମସ୍ତ କର୍ମଚାରୀ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ଏଵଂ ରକ୍ତ ଦେଇ ଜୀବନ ବଞ୍ଚେଇବା ଆମର ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। କଟକ ସ୍ଥିତ କେନ୍ଦ୍ରୀୟ ରେଡ଼ କ୍ରସ ରକ୍ତକେନ୍ଦ୍ରର ରକ୍ତ ସଂଗ୍ରହକାରି ଦଳଙ୍କ ତତ୍ବାବଧାନରେ ସର୍ବ ମୋଟ ୫୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଡ଼ାକ୍ତର ରାମ ପ୍ରସାଦ ରାୟ ଓ ତାଙ୍କ ଟିମ୍ ସର୍ବ ମୋଟ ୫୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ପ୍ରଥମଥର ପାଇଁ ରକ୍ତଦାନ କରୁଥିବା ଯୁବ ଛାତ୍ର ଛାତ୍ରୀମାନଙ୍କ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା। ଏହି ଶିବିରକୁ ବିଶ୍ଵ ଭୂଷଣ ସାହୁ, କୃତିବାସ ନାୟକ, ଜୟନ୍ତୀ ସାହୁ, ସୁରସେନ୍ ଦଳେଇ, ରାକେଶ ସାହୁ, ବ୍ରଜେନ୍ଦ୍ର ମିଶ୍ର, ପ୍ରକାଶ ଚନ୍ଦ୍ର ସାହୁ ଓ କୀର୍ତ୍ତି ରଂଜନ ଶତପଥୀ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସୂଚନାଯୋଗ୍ୟ କି ଖରା ଦିନରେ ରକ୍ତ ସଂକଟ ସମୟରେ କମାଳଡିହ ଭଳି କଟକ ଜିଲ୍ଲା ର ଶେଷ ଗ୍ରାମରେ ଚିନ୍ତାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ଏହି ମହନୀୟ କାର୍ଯ୍ୟ ଅନ୍ୟ ବିଦ୍ୟାଳୟମାନଙ୍କ ପାଇଁ ନିଶ୍ଚୟ ଏକ ପ୍ରେରଣାର ଉତ୍ସ ବୋଲି ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡ଼ ନରେଶ ଚନ୍ଦ୍ର ସାହୁ ପ୍ରକାଶ କରିବା ସହ ଆୟୋଜକ ମାନଙ୍କର ଭୂରୀୟସି ପ୍ରଶଂସା କରିଥିଲେ।

13
2002 views

Comment