ନିମ୍ନ ମାନର କଂକ୍ରିଟ ରାସ୍ତା, ଗୋଟିଏ ଦିନରେ ସୂଚନା ଫଳକ,ବାଲି ଫିଲିଂ, ମେଂଟାଲିଂ, ଏବଂ ଚିପ୍ସ ଢ଼ଳେଇ!
ନିମ୍ନ ମାନର କଂକ୍ରିଟ ରାସ୍ତା, ଗୋଟିଏ ଦିନରେ ସୂଚନା ଫଳକ,ବାଲି ଫିଲିଂ, ମେଂଟାଲିଂ, ଏବଂ ଚିପ୍ସ ଢ଼ଳେଇ!
ପାଟଣା :୩୦/୦୩, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବଡ଼ବିଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ତିଳବେଡା ଗ୍ରାମ ଠାରୁ ବାରତଣିଆଁ ପ୍ରର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି l ଏହି ସିମେଣ୍ଟ କଂକ୍ରିଟ ରାସ୍ତାଟି ଆର୍ଥିକ ବର୍ଷ ୨୦୨୫ -୨୬ ରେ ଅନୁମଦନ ହୋଇ ୪, ୨୬, ୪୦୪ ଟଙ୍କା ବ୍ୟୟ ବରଦାରେ ନିର୍ମାଣ ତାଲିକା ପ୍ରସ୍ତୁତ ହୋଇଥିଲା l ଏହି ସିମେଣ୍ଟ କଂକ୍ରିଟ ରାସ୍ତାର ସୂଚନା ଫଳକ ରେ କାର୍ଯ୍ୟ ଆରମ୍ଭ ଏବଂ ଶେଷ ତାରିଖ ନ ଥିବା ବେଳେ ଗତ ଶନିବାର ଦିନ କାମ ହୋଇଛି l ଗୋଟିଏ ଦିନରେ ସୂଚନା ଫଳକ, ରାସ୍ତାରେ ବାଲି ଫିଲିଂ, ମେଂଟାଲିଂ, ପରେ ପରେ ଚିପ୍ସ ଢ଼ଳେଇ, ସେପଟେ ବ୍ଲକ କାର୍ଯ୍ୟାଳୟ ରୁ କୌଣସି ଅଧିକାରୀ ବା କର୍ମଚାରୀ ଙ୍କ ଅନୁପସ୍ଥିତିରେ କାର୍ଯ୍ୟ ଶେଷ ହୋଇଛି l କିପରି ଗୋଟିଏ ଦିନରେ ସମସ୍ତ ପ୍ରକାର କାମ କରାଗଲା ଏବଂ ବ୍ଲକ କର୍ମଚାରୀ ଙ୍କ ଅନୁପସ୍ଥିତି କୁ ନେଇ ଏହି ରାସ୍ତାରେ ବ୍ୟାପକ ମାତ୍ରାରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି l କିଛି ଦିନ ହେବ ଏହି ରାସ୍ତାଟି ମନରେଗା ଯୋଜନା ରେ କାମ ହୋଇଛି ଏବଂ ସେ କାମ ମଧ୍ୟ୍ୟ ଜାରି ରହିଛି କିନ୍ତୁ ଗୋଟିଏ କାମ ଶେଷ ନ ହେଉଣୁ ଆଉ ଏକ ନୂତନ ସିମେଣ୍ଟ କଂକ୍ରିଟ ରାସ୍ତା ତରବରିଆ ଭାବେ ନିର୍ମାଣ ହେଉଛି ସେବି ଗୋଟିଏ ଦିନରେ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରି ଦେଇଥିବା ରୁ ଏହା ଏକ ପ୍ରକାର ବଡ଼ ଦୁର୍ନୀତି ର ଗନ୍ଧ ବାହାରି ହୋଉପଡୁଛି l ବ୍ଲକ ସରକାରୀ କର୍ମଚାରୀ ମାନେ ଦୁର୍ନୀତି କରିବାରେ ସାମିଲ ଥିବାରୁ ଅଭିଯୋଗ କରିବା ସ୍ୱେତେ କୌଣସି ପ୍ରକାର କର୍ଣ୍ଣପାତ କରୁ ନାହାନ୍ତି କିମ୍ବା କାମ ଉପରେ ଉପରିସ୍ଥ ଅଧିକାରୀ ମାନେ ତଦାରଖ କରୁ ନଥିବା ହେତୁ ଏହା ଏକ ପ୍ରକାର ବଡ଼ ଦୁର୍ନୀତି ହୋଇଥିବା ସନ୍ଧେହ କରା ଯାଉଛି l ଏଥିପ୍ରତି ଜିଲ୍ଲା ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ଦୁର୍ନୀତି ରେ ଲିପ୍ତ ଥିବା ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।