ବଣିଆପାଟ ଶିଶୁ ମନ୍ଦିରର ପ୍ରଗତି ଉତ୍ସବ।
*ବଣିଆପାଟ ଶିଶୁ ମନ୍ଦିରର ପ୍ରଗତି ଉତ୍ସବ*
କେନ୍ଦୁଝର -୩୦/୦୩(ଖଣ୍ଡାଧାର ନିଉଜ) କେନ୍ଦୁଝରଗଡ଼ ସ୍ଥାନୀୟ କଲେଜରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ଚଳିତ ୨୦୨୫-୨୬ ଶିକ୍ଷାବର୍ଷର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପରିଚାଳନା ସମିତିର ଡ଼ଃ ଅନିଲ କୁମାର ଦାସ, ଉପସଭାପତି ହୃଦାନନ୍ଦ ପ୍ରଧାନ, ସଂପାଦକ ଭାଗୀରଥିଗିରି, ସଦସ୍ୟା ମନ୍ଦାକିନୀ ବେହେରା ଯୋଗଦେଇଥିବାବେଳେ ପ୍ରଧାନ ଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଥମଶ୍ରେଣୀରୁ ନବମ ଶ୍ରେଣୀ ର ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲାବେଳେ ଅନ୍ୟଶିଶୁଙ୍କ ପ୍ରଗତି ପତ୍ର ଶିଶୁ ଓ ଅଭିଭାବକମାନେ ଶ୍ରେଣୀ ଆଚାର୍ଯ୍ୟଙ୍କ ଠାରୁ ସଂଗ୍ରହ କରିଥିଲେ।ଉତ୍ସବ ପରେ ପରେ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ସହ ପରିଚାଳନା ସମିତିର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।